ରାଜ୍ୟରେ ବଢିବନି ବିଜୁଳି ଦର

ଭୁବନେଶ୍ବର, ୨୩।୩ ଚଳିତ ବର୍ଷ ରାଜ୍ୟରେ ବଢିବନି ବିଜୁଳି ଦର। ଏ ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଘରୋଇ ଉପଭୋକ୍ତାଙ୍କ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରହିଛି। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପ୍ରତି ୩ ଟଙ୍କା ରଖାଯାଇଛି। ଚାଷୀଙ୍କ ପାଇଁ ବିଦ୍ୟୁତ ବିଲ୍ରେ ରିହାତି ମିଳିବ।