ବାସୁଦେବପୁର,୧୮/୫ : ବାସୁଦେବପୁର ବ୍ଲକ ଇରମ ପଂଚାୟତ ତିଳଦା ଗ୍ରାମର ସୁବାଷ ଚନ୍ଦ୍ର ବେହେରା ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ସୁବାଷ ଇରମ ପୀଡ଼ର ବିଦ୍ୟୁତ କର୍ମଚାରୀ ଭାବେ କାମ କରୁଥିଲେ। ଇରମ ଆଡିଆରେ ବିଦ୍ୟୁତ କାର୍ଯ୍ୟ କରିବା ପାଇଁ ବିଦ୍ୟୁତ ଖୁଣ୍ଟ ନିକଟକୁ ଯାଇଥିଲେ। ହେଲେ ସେଠାରେ କୌଣସି କାରଣ ବଶତଃ ସୁବାଷ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇ ସଜ୍ଞାହୀନ ହୋଇ ତଳେ ପଡ଼ି ଯାଇଥିଲେ। ସାଥି କର୍ମଚାରୀମାନେ ସୁବାଷକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ। ହେଲେ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁତୁରାଙ୍କୁ ମାୟାବତୀଙ୍କ ବଡ଼ ଦାୟିତ୍ବ, ଆକାଶ ଆନନ୍ଦ...