PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ

ମୋରଡ଼ା, ୩୦/୦୬ : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ। ହାତୀ ଆକ୍ରମଣରେ ୨ ମୃତ। ରାସଗୋବିନ୍ଦପୁର ରେଞ୍ଜ ଅଧିନ ମୋରଡ଼ା ବ୍ଲକର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ଗତକାଲି ରାତିରେ ଏଭଳି ଅଘଟଣ ଘଟିଛି।

ସୂଚନାନୁଯାୟୀ, ସମାଇଡ଼ିହି ଗ୍ରାମର ପିତାମ୍ବର ପରମାଣିକଙ୍କ ପରିବାର ଖାଇପିଇ ଶୋଇଥିଲେ। ଏତିକି ବେଳେ ଏକ ଦନ୍ତା ହାତୀ ଗାଁ ଭିତରକୁ ପଶି ଆସି ପିତାମ୍ବରଙ୍କ ଘର ଉପରେ ଆକ୍ରମଣ କରିବା ସହ ପିତାମ୍ବରଙ୍କ ନାବାଳିକା ଝିଅ ଗୁନୁ ପରମାଣିକ (୫)କୁ ଶୁଣ୍ଢରେ ଉଠାଇ କଚାଡି ଗୋଡ଼ରେ ଦଲି ଦେଇଥିଲା। ତେବେ ନାବାଳିକା ଜଣଙ୍କ ଦିବ୍ୟାଙ୍ଗ ଥିବା ବେଳେ ତାଙ୍କ ମା ଝିଅକୁ ଧରି ଦୌଡି ପଳାଉଥିବା ବେଳେ ଦନ୍ତାହାତୀଟି ଶୁଣ୍ଢରେ ଟାଣି ଆଣି କଚାଡିବାରୁ ମା ଆହତ ହୋଇଥିଲେ ।

ଅପରପକ୍ଷରେ ମୋରଡ଼ା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅଧିନ ତାଡ଼କି ଗ୍ରାମର ଖଡିଆସାହିରେ ହାତୀ ପକ୍କା ଘର କାନ୍ଥ ଠେଲି ଦେବାରୁ କାନ୍ଥରେ ଚାପିହୋଇ ବୃଦ୍ଧ ଦେବ ଦେହୁରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ଭୟରେ ଗ୍ରାମବାସୀ ମାନେ ଆତଙ୍କିତ ଏବଂ ଉଜାଗର ରହିଥିବା ଜଣାପଡିଛି।