ବୃଦ୍ଧଙ୍କୁ ଘରୁ ଟାଣି ଆଣି କଚାଡ଼ି ଦେଲା ଦନ୍ତା, ଘଟଣାସ୍ଥଳରେ ମୃତ୍ୟୁ

ବଣାଇଁ, ୨୩/୦୧ : ବଣାଇଁ ବନାଞ୍ଚଳରେ ଦୀର୍ଘ ମାସ ହେଲା ହାତୀ ପାଇଁ ଅତିଷ୍ଠ ସ୍ଥାନୀୟ ଲୋକେ। ଦେବଗଡ଼ ଜିଲ୍ଲା ଅଞ୍ଚଳକୁ ଘଉଡାଇବାର ୧୫ ଦିନ ପରେ ପୁଣି ଫେରିଲା ଗୋଟିଏ ଦନ୍ତା । ସୋମବାର ସକାଳେ କୁଳିପୋଷ ରେଞ୍ଜର ବେଲକୁଦର ଟାଲଢ଼ିପା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଘରୁ ଟାଣି ଆଣି ଦନ୍ତା ହାତୀଟି ଦଳିଦେଇଛି। ଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ସୋମବାର ସକାଳ ପ୍ରାୟ ୬ଟାରେ କୁହୁଡି ପଡ଼ିଥିବାରୁ ଟାଲଢ଼ିପା ଗ୍ରାମର ବୃଦ୍ଧ ରବି ଧୀବର ହାତୀ ଆସିଛି ବୋଲି ଜାଣିପାରି ନଥିଲେ। ଶୋଇକି ଉଠି ଘର ବାହାରକୁ ବାହାରିବା ବେଳେ ହାତୀ ତାଙ୍କୁ ଟାଣି ଘୋଷାରି ନେଇ ଏକ ବୁଦା ମୂଳରେ ମାରି ଦେଇଛି। ଘର ଲୋକ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଛନ୍ତି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି।