ଦନ୍ତା ଆତଙ୍କ, ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ପ୍ରତିକାତ୍ମକ ଚିତ୍ର
ଟାଙ୍ଗୀ, ୨୭/୦୫ : ମୟୁର ଝାଲିଆ କମାଗୁରୁ ରାସ୍ତାରେ ଦନ୍ତା ଆତଙ୍କ । ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ ନାଟିମୀ ଗ୍ରାମର ସତ୍ୟ ଵେହେରା (୫୬ ବର୍ଷ)।
ସୂଚନାନୁଯାୟୀ, ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ ନାଟିମୀ ଗ୍ରାମର ୩ ଜଣ ବ୍ୟକ୍ତି କମାଗୁରୁ ଗ୍ରାମକୁ ସାଇକେଲରେ କୂଅ ଖୋଳିବାକୁ ଯାଉଥିଲେ। ସାଇକେଲରେ ଯାଉଥିବା ବେଳେ ଟାଙ୍ଗୀ ବ୍ଲକ ଅଧିନସ୍ଥ କମାଗୁରୁ ଗ୍ରାମ ନିକଟରେ ହଠାତ୍ ଏକ ଦନ୍ତା ଜଙ୍ଗଲରୁ ବାହାରି ଆସିଥିଲା। ଦନ୍ତାକୁ ଦେଖି ୨ ଜଣ ଦୌଡି ପଳାଇଥିଲେ। ହେଲେ ସତ୍ୟ ବେହେରା ଯାଇ ନପାରିଵାରୁ ସେଠାରେ ଦନ୍ତା ଆକ୍ରମଣ କରିଥିଲା। ଦନ୍ତା ଆକ୍ରମଣରେ ଘଟଣା ସ୍ଥଳରେ ହିଁ ସତ୍ୟ ବେହେରାଙ୍କର ମୃତ୍ୟୁ ହୋଇଥିଲା।
ଏବେ ଘଟଣାସ୍ଥଳରେ ତାଙ୍କର ମୃତଦେହ ପଡି ରହିଛି। କୌଣସି ବନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିନଥିବା ଜଣାପଡିଛି। ଲୋକଙ୍କ ମଧ୍ୟ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହା ସହ ଗତକାଲି ବିଳମ୍ବିତ ରାତିରେ ମା ଉଗ୍ରତାରା ମନ୍ଦିରରେ ଏକ ଦନ୍ତା ହାତୀ ପଶିଥିବା ଦେଖିଵାକୁ ମିଳିଥିଲା। ତେବେ ମନ୍ଦିରର କୌଣସି କ୍ଷୟକ୍ଷତି ନକରି ଦନ୍ତାଟି ଫେରି ଯାଇଥିଲା।