PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

କୂଳଡିହାରେ ହାତୀଙ୍କ ଉପଦ୍ରବ, ଶିଶୁକନ୍ୟାକୁ ଦଳିଦେଲା ଦନ୍ତା

ନୀଳଗିରି/ସୋର, ୨୭/୫ : କୂଳଡିହାରେ ହାତୀଙ୍କ ଉପଦ୍ରବ। ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଚିତ୍ରାଶୁଳ ଗ୍ରାମର ବିଳମ୍ବିତ ରାତିରେ ହାତୀ ଦଳିଦେବାରୁ ଜଣେ ନିଷ୍ପାପ ଶିଶୁକନ୍ୟାର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ସରଳିଆ ଚିତ୍ରାଶୁଳ ଗ୍ରାମର ନିଶିକାନ୍ତ ଦେଉରୀ ନିଜ ପରିବାର ସହିତ ଘରେ ଶୋଇଥିଲେ। ଏହି ସମୟରେ ୫ ରୁ ୬ ଟି ହାତୀ କୂଳଡିହା ଅଭୟାରଣ୍ୟରୁ ବାହାରି ତାଙ୍କ ବାଡ଼ି ଭିତରେ ଉପଦ୍ରଵ କରିଥିଲେ। ନଡିଆ ଗଛ ଖାଉଥିବା ବେଳେ ହାତୀର ଶବ୍ଦ ଶୁଣି ପରିବାର ଲୋକେ ଉଠି ହାତୀକୁ ଘଉଡାଇବା ବେଳେ ଗୋଟିଏ ହାତୀ ଘର ଭିତରକୁ ପଶି ହଠାତ୍ ଶିଶୁ କନ୍ୟାଟି ଉଠି ଆସୁଥିବା ବେଳେ ତା ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଗ୍ରାମବାସୀମାନେ ପହଞ୍ଚି ହାତୀକୁ ଘଉଡାଇବା ସହିତ ଶିଶୁ କନ୍ୟାକୁ ଉଦ୍ଧାର କରି ଅର୍ଜୁନ ସେବା ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ।