ଢେଙ୍କାନାଳ,୨୦/୫ : ଆମ୍ବ ବଗିଚାରେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା। ଘଟଣା ସ୍ଥଳରେ ମୃତ୍ୟୁ। ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆପଶି ପଞ୍ଚାୟତ ଆମ୍ବନାଳି ଗାଁରେ ଏହି ଅଘଟଣ ଘଟିଛି ।
ସୂଚନାନୁଯାୟୀ, ମଙ୍ଗଳବାର ସକାଳୁ ଆମ୍ବନାଳି ଗାଁର ଭାମା ସାହୁ (୫୮ ବର୍ଷ) ଆମ୍ବ ଗୋଟାଇବା ପାଇଁ ବଗିଚାକୁ ଯାଇଥିଲେ। ଏହି ସମୟରେ ସେଠାରେ ଏକ ଦନ୍ତା ହାତୀ ବୁଲୁଥିଲା। ଭାମା ସାହୁ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତା ହାତୀଟି ବୁଦ୍ଧାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭାମା ସାହୁଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କପିଳାସ ବନାଞ୍ଚଳ ଅଧିକାରୀ ତରୁଣ ମହାନ୍ତିଙ୍କ ସମେତ ବନ କର୍ମଚାରୀ ଓ ପୁଲିସ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି।