ବଲାଙ୍ଗୀର ୨୬/୦୫: ବଲାଙ୍ଗୀର ମୁରିବାହାଲ ରେଞ୍ଜ ଚାନୁଟମାଲ ଗାଁ ନିକଟରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ୩ ଜଣଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି। ହାତୀ ମରିଥିବା ସ୍ଥାନର ଜମି ମାଲିକ ସଞ୍ଜୀବ ପୁଟେଲ, ବିଦ୍ୟୁତ ବିଭାଗୀୟ ଅଧିକାରୀ ମହମ୍ମଦ ଜୁନେଦ ଏବଂ ଲାଇନମ୍ୟାନ ଅଜିତ ତରିଆଙ୍କ ନାଁରେ ଏନବିଡବ୍ଲୁ ଜାରି ହୋଇଛି। ତେବେ ମୁରିବାହାଲ ରେଞ୍ଜରଙ୍କୁ ଖସାଇବାକୁ ବନ ବିଭାଗ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

​​​​​​​

ଏପ୍ରିଲ ୩୦ ତାରିଖରେ ସଞ୍ଜୀବ ପୁଟେଲଙ୍କ କାଜୁ ବଗିଚାରୁ ଏକ ଦନ୍ତା ହାତୀର ମୃତଦେହ ମିଳିଥିଲା। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଥିଲା। କିନ୍ତୁ ବିଦ୍ୟୁତ୍ ବିଭାଗ ଏହାକୁ ଖଣ୍ଡନ କରିଥିଲା। ପରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ମାମଲାରେ ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇ ନିଲମ୍ବିତ ହୋଇଥିଲେ। ଜମି ମାଲିକ ସଞ୍ଜୀବ ପୁଟେଲ, ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ମହମ୍ମଦ ଜୁନେଦ ଏବଂ ଲାଇନମ୍ୟାନ ଅଜିତ ତରିଆଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲା ବନ ବିଭାଗ। ଆଜି ଏହି ୩ ଜଣଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। କିନ୍ତୁ ନିଲମ୍ବିତ ଫେରେଷ୍ଟରଙ୍କୁ କେବଳ ନିଲମ୍ବିତ କରି ଖସାଇ ଦେବାକୁ ବନ ବିଭାଗ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ...Toilet Tank Tragedy : ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ