ରାୟଗଡା,୨୮ା୧(ଆପ୍ର): ଅସୁରକ୍ଷିତ ଗଜରାଜ । ପଙ୍କରେ ବୁଡ଼ିଯାଇ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଦୁର୍ଗି ଗ୍ରାମ ନିକଟ ନାଗାବଳୀ ନଦୀ ତଟରେ ହାତୀର ମୃତ୍ୟୁ ହୋଇଛି ।
ଗତ ୫ ତାରିଖରେ ଆନ୍ଧ୍ରପ୍ରଦେଶ ରାଜ୍ୟ ବୀରଗୋଟମ ଜଙ୍ଗଲରୁ ୭ ଟିକିଆ ହାତୀପଲ ଓଡ଼ିଶା ଭିତରକୁ ଚାଲିଆସିଥିଲା । ସୀମାନ୍ତ ଗାଁଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇଥିଲେ । ଆତଙ୍କିତ ଲୋକେ ଘରଦ୍ୱାର ଛାଡ଼ି ପାହାଡ଼ ଉପରେ ବହୁ ରାତି କଟାଇଥିଲେ । ଗତ ୧୮ ତାରିଖରୁ ହାତୀପଲ ବହୁ କଷ୍ଟରେ ନିଜର ମୂଳସ୍ଥାନ ବୀରଗୋଟମକୁ ଫେରିବା ଆରମ୍ଭ କରିଥିଲେ । ନାଗାବଳୀ ନଦୀ ତଟରେ ଧୀରେ ଧୀରେ ଯାଇ ଅଧାବାଟରେ ରହିଥିଲେ । ଆଜି ଭୋର୍ରେ ଏହି ହାତୀପଲ ନାଗାବଳୀ ନଦୀ ପାରି ହୋଇଯିବାବେଳେ ନଦୀକୂଳରେ ଥିବା ପଙ୍କ ଭିତରକୁ ପଶିଯାଇଥିଲା ମାଈ ହାତୀଟି । ପଙ୍କରୁ ଆଉ ବାହାରକୁ ଆସିପାରିନଥିଲା । ଦୀର୍ଘ ସମୟ ପଙ୍କରେ ବୁଡ଼ି ଅଣନିଃଶ୍ୱାସୀ ହୋଇ ଶେଷରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ମାଈ ହାତୀର ମୃତ୍ୟୁ ପରେ ଦଳରେ ଥିବା ଅନ୍ୟ ୬ଟି ହାତୀ ଦୀର୍ଘ ସମୟ ଧରି ସେଠାରେ ଆତଙ୍କ ସୃଷ୍ଟି କରିଥିଲେ । ଆନ୍ଧ୍ରପ୍ରଦେଶ କୁରୁପମ ବନ ବିଭାଗ ପହଞ୍ଚି ହାତୀ ପଲକୁ ଘଉଡ଼ାଇବା ପରେ ମୃତ ହାତୀର ଶବ ବ୍ୟବଚ୍ଛେଦ କରାଇଥିଲା । ଏହାପରେ ହାତୀର ମୃତଦେହକୁ ସେଠାରେ ପୋତି ଦିଆଯାଇଥିଲା ।

ବସୁନ୍ଧରା ରାଜେଙ୍କ ଶକ୍ତି ପ୍ରଦର୍ଶନ ଜାରି, ପୁଣି ପୂର...