ରାଉରକେଲା, ୧୦/୭: ସରଣ୍ଡା ଜଙ୍ଗଲର ଟେଣ୍ଟୋ ଥାନା ଅନ୍ତର୍ଗତ ପାଲିସାହି ଗାଁରେ ଦନ୍ତା ହାତୀ ମୃତ । ଗତକାଲି ରାତିରେ ୧୨ ଟିକିଆ ହାତୀପଲ ପାଳିସାହି ଗ୍ରାମରେ ପଶିଥିଲେ। ଗାଁର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଧାନ ଖାଇବା ପରେ ନିକଟସ୍ଥ ଚାଷ ଜମିକୁ ଚାଲିଯାଇଥିଲେ । ସେଠାରେ ହାତୀପଲ ଫସଲ ନଷ୍ଟ କରିବାରୁ ଗ୍ରାମବାସୀ ତାଙ୍କୁ ଘଉଡାଇ ଦେଇଥିଲେ। ହେଲେ ହାତୀପଲ କିଛି ବାଟ ଯିବା ପରେ ଗୋଟିଏ ଦନ୍ତା ହଠାତ୍ ତଳେ ପଡ଼ିଯାଇଥିଲା ଏବଂ ତା’ର ମୃତ୍ୟୁ ଘଟିଥିଲା।
ଆଜି ସକାଳେ ଝାଡ଼ଖଣ୍ଡ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ସେଠାରେ ପହଞ୍ଚି ହାତୀ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି । ତେବେ କେଉଁ କାରଣରୁ ହାତୀର ମୃତ୍ୟୁର ହେଲା ତାହା ଜଣାପଡିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।