PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଏପଟେ ଜଗିଛନ୍ତି ଚୌଦ୍ଵାର ବନ କର୍ମଚାରୀ… ସେପଟେ ଖୁଣ୍ଟୁଣୀ ବନ କର୍ମଚାରୀ, କୁଆଡ଼େ ଯିବେ ହାତୀ ପଲ ?

ଚୌଦ୍ୱାର, ୧୮/୧୧ : କଟକ ବନଖଣ୍ଡ ଚୌଦ୍ୱାର ଥାନା ଡ଼ିହସାହି ଚାଷଜମିରେ ଫସି ରହିଛନ୍ତି ହାତୀପଲ। ୧୯ଟି ହାତୀ ଥିବା ଏହି ହାତୀପଲ ଦୀର୍ଘ ୫ ଘଣ୍ଟା ହେଲା ଚାଷ ଜମିରେ ଅଟକି ରହିଛନ୍ତି। ଚୌଦ୍ଵାର ବନ ବିଭାଗ କର୍ମଚାରୀମାନେ ହାତୀପଲଙ୍କୁ ଚୌଦ୍ଵାର ପାର୍ଶ୍ଵକୁ ଛାଡ଼ୁ ନଥିବା ବେଳେ ଅନ୍ୟ ପାର୍ଶ୍ଵରେ ଖୁଣ୍ଟୁଣୀ ବନ କର୍ମଚାରୀ ଓ ଚାଷୀ ଜଗି ରହିଛନ୍ତି। ଫଳରେ ହାତୀପଲ ୫୫ ନମ୍ଵର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଚାଷ ଜମିରେ ଅଟକି ରହିଛନ୍ତି। ହାତୀପଲଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି।

ସୂଚନାନୁଯାୟୀ, ୫୫ ନମ୍ଵର ଜାତୀୟ ରାଜପଥର କୁସ୍ପଙ୍ଗି ଡିହସାହି ରାସ୍ତାର ଗହୀର ଭିତରେ ୧୮ ଟିକିଆ ହାତୀପଲ ଫସି ରହିଛନ୍ତି। ହାତୀପଲ ଜାତୀୟ ରାଜପଥ କଡ଼ରେ ଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି । ଘଟଣାସ୍ଥଳରେ ଏସିଏଫ୍ କଟକ ବନଖଣ୍ଡ ଅଧିକାରୀ ଉପସ୍ଥିତ ରହିବା ସହ ଶହେ ବନ ବିଭାଗ କର୍ମଚାରୀ ନିୟୋଜିତ ରହିଛନ୍ତି । ହେଲେ ଗୋଟିଏ ପଟେ ଚୌଦ୍ଵାର ବନ କର୍ମଚାରୀ ଜଗିଥିବା ବେଳେ ଅନ୍ୟ ପାର୍ଶ୍ଵରେ ଖୁଣ୍ଟୁଣୀ ରେଞ୍ଜେର ବନ କର୍ମଚାରୀ ଜଗିଛନ୍ତି। ଦୁଇଟି ରେଞ୍ଜର ବନ କର୍ମଚାରୀଙ୍କ ମଧ୍ୟରେ ବୁଝାମଣା ନଥିବାରୁ ହାତୀପଲ ମଝିରେ ଫସି ରହିଛନ୍ତି। କେଉଁ ପରିସ୍ଥିତିରେ ରାଜପଥ ଉପରକୁ ଉଠି ଆସି ପାରନ୍ତି ଏହି ହାତୀପଲ। ସେପଟେ ଦୁଇଟି ରେଞ୍ଜର ବନ କର୍ମଚାରୀ ବାଣ ଓ ସାଇରନ୍ ମାରି ହାତୀପଲଙ୍କୁ ଜଙ୍ଗଲ ମୁହାଁ କରି ଘଉଡ଼ାଇବା ପାଇଁ ଉଦ୍ୟମ କରୁଛନ୍ତି। ଏଭଳି ସ୍ଥିତିରେ ବନ ବିଭାଗ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି।