ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଥମୁନି ହାତୀ-ମଣିଷ ଲଢେଇ, ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା

Published By : Prameya | March 18, 2025 9:03 AM

ରିଆମାଳ, ୧୮/୦୩ : ଥମୁନି ହାତୀ-ମଣିଷ ଲଢେଇ। ଚାଲିଗଲା ଆଉ ଏକ ଜୀବନ। ବିଳମ୍ଵିତ ରାତିରେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା। ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ୍ କୁଣ୍ଢେଇଗୋଳା ସେକ୍ସନ ତିଲେଇପୋଷୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।                        

ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରୁ ହାତୀପଲ ଆସି କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ବୁଢାପାଳ ପଞ୍ଚାୟତ ତିଲେଇପଶି ଗ୍ରାମ ଗୁଦୁରାସାହିରେ ପଶି କ୍ଷୟକ୍ଷତି କରୁଥିଲେ। ଖବର ପାଇ ବନ ବିଭାଗ ଆସି ଘଉଡ଼ାଇଥିଲା। ସବୁ ହାତୀ ପଳାଇଥିବା ବେଳେ ଏକ ଦନ୍ତା ହାତୀ ରହିଯାଇଥିଲା। ବିଳମ୍ବିତ ରାତିରେ ହାତୀଟି ଗାଁ ଭିତରକୁ ପଶି ଆସିଥିଲା। ରାତି ସାଢେ ୨ଟାରେ ଟିକେଇପସୀ ଗ୍ରାମର ଜିତୁ ମାହାରଙ୍କ ପରିବାର ଲୋକ ଶୋଇଥିବା ବେଳେ ତାଙ୍କ ଘର ଭାଙ୍ଗି ଦେଇଥିଲା। ଏହି ସମୟରେ ପରିବାର ଲୋକେ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ। ହେଲେ ଜିତୁଙ୍କ ସ୍ତ୍ରୀ ପୂଜା ମାହାର (୩୦ ବର୍ଷ) ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ହାତୀଟି ପୂଜାଙ୍କୁ ଶୁଣ୍ଢରେ କଚାଡ଼ି ଗୋଡ଼ରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୂଜାଙ୍କର ମୃତ୍ୟୁ ଘଟିଥିଲା। ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସି ହାତୀକୁ ଘଉଡ଼ାଇଥିଲେ। 

ପୂଜାଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ଵାମୀ, ପୁଅ ଓ ଦୁଇ ଝିଅ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାସ୍ଥଳରେ ଶବ ପଡ଼ି ରହିଥିବା ବେଳେ ମହିଳାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି। ବନବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ କରୁଛନ୍ତି।         

ଏହି ଖବରଟିକୁ ପଢନ୍ତୁ-ଘରେ ବସି ଖାଉଥିବା ବେଳେ ଭୁଶୁଡ଼ିଲା ମାଟି କାନ୍ଥ, ଭଉଣୀ ମୃତ ଭାଇ ଆହତ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.