ରାଇକିଆ,୧୩/୫: ରାଇକିଆ ବ୍ଲକ୍ ରଣବା ପଞ୍ଚାୟତରେ ହାତୀଙ୍କ ଉପଦ୍ରବ। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ମଧ୍ୟରାତ୍ରିରେ ରଣବା ପଞ୍ଚାୟତର ଡିମିରିପଲି ଗ୍ରାମରେ ହାତୀପଲ ପଶିଥିଲେ। ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ପାଚେରୀ ଏବଂ ଫାଟକ ଭାଙ୍ଗି ଦେଇଛନ୍ତି ହାତୀପଲ। ହତା ଭିତରେ ପଶି ଗୋପବନ୍ଧୁ କକ୍ଷର ଲୁହା କବାଟକୁ ମଧ୍ୟ ହାତୀ ଧକ୍କା ମାରି କ୍ଷତିଗ୍ରସ୍ତ କରିଛନ୍ତି।
ସୂଚନା ମୁତାବକ, ଗତ କିଛି ଦିନ ଧରି ବ୍ଲକର ଏହି ସବୁ ଅପହଞ୍ଚ ଇଲାକାରେ ହାତୀଙ୍କ ଉପଦ୍ରବ ବୃଦ୍ଧି ହେଉଥିବା ଅଭିଯୋଗ ହେଉଛି। ଅନେକ ଲୋକଙ୍କ ଫସଲ, ଘର ଭାଙ୍ଗି ନଷ୍ଟ କରିଛନ୍ତି ହାତୀପଲ। ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଫରେଷ୍ଟର ରବୀନ୍ଦ୍ର ନାୟକଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ, ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବା ଉଦ୍ୟମ ଜାରୀ ରଖିଛନ୍ତି। ହାତୀପଲଙ୍କ ଗତିବିଧି ଉପରେ ନଜର ରଖା ଯାଇଥିବା ରଣବା ରେଞ୍ଚର ସବନମ ସାହୁ କହିଛନ୍ତି। ଏହି ହାତୀପଲରେ ୨୬/୨୭ଟି ହାତୀ ରହିଥିବା ବନବିଭାଗ ପକ୍ଷରୁ କୁହାଯାଇଛି।