ଫଟୋ ଟ୍ବିଟ୍ କରି ଏଲନ୍ ମସ୍କ ଦେଖାଇଲେ ନିଜର ପିସ୍ତଲ,ୟୁଜର ଦେଲେ ଏଭଳି ପ୍ରତିକ୍ରିୟା

ନ୍ୟୁୟର୍କ,୨୮।୧୧ ଏଲନ୍ ମସ୍କ ଲଗାତାର ଟ୍ବିଟରରେ ଆକ୍ଟିଭ ରହିଥାନ୍ତି। ସେ କିଛି ନା କିଛି ନୂଆ ନୂଆ ଟ୍ବିଟ୍ କରିଥାନ୍ତି। ଏବେ ଏଲନ୍ ମସ୍କଙ୍କ ଏକ ନୂଆ ଟ୍ବିଟ୍ ଦେଖିବାକୁ ମିଳିଛି। ସେ ନିଜର ବେଡ ସାଇଡ୍ ଟେବଲରେ ରଖା ଯାଇଥିବା ଜିନିଷକୁ ଦେଖାଇନ୍ତି। ଏହି ଟେବଲରେ ଡାଏଟ୍ କୋକେ କେନ୍ ଛଡା ପିସ୍ତଲ ମଧ୍ୟ ଦେଖିବାକୂ ମିଳୁଛି। ଏଲନ ମସ୍କଙ୍କ ଏହି ଫଟୋ ଟ୍ବିଟ ପରେ ସୋସିଆଲ ମିଡିଆରେ ହଜାର ହଜାର କମେଣ୍ଟ ଦିଆଯାଇଛି।
My bedside table pic.twitter.com/sIdRYJcLTK
— Elon Musk (@elonmusk) November 28, 2022
ଯଦିଓ ରଖାଯାଇଥିବା ଜିନିଷ ପିସ୍ତଲ ଭଳି ଦେଖାଯାଉଛି, କିନ୍ତୁ ଏହା ପିସ୍ତଲ ନୁହେଁ ଏକ ଲାଇଟର। ସେଭଳି ପଛରେ ଏକ ପିସ୍ତଲ ରଖାଯାଇଛି। ସେ ଏହାର ନାଁ କହିନାହାନ୍ତି, କିନ୍ତୁ ଗୁଗୁଲ ରିଭର୍ସ ସର୍ଚ୍ଚ ଅନୁସାରେ, ଏଭଳି ଲାଗୁଛି ପଛରେ ରଖାଯାଇଥିବା ପିସ୍ତଲ French Percussion ର ଅଟେ। ଏହି ପିସ୍ତଲ ମଡେ ୧୮୭୨ ମସିହାର। ଏହାକୁ ମସ୍କ ଏକ ବାକ୍ସ ଭିତରେ ରଖିଛନ୍ତି। ବାକ୍ସ ମଧ୍ୟ ଖୁବ୍ ପୁରୁଣା ଦେଖାଯାଉଛି। ଏହାଛଡା ଟେବଲରେ ୪ଟି ଡାଏଟ୍ କୋକୋ କେନ୍ ରଖାଯାଇଛି। ଲାଇଟର ସହିତ ମଧ୍ୟ ଏକ ଡିଭାଇସ୍ ରଖାଯାଇଛି। ପ୍ରଥମ ନଜରରେ ଏହା ଓପନର ଭଳି ଲାଗୁଛି। ତେବେ ଏହାକୁ ନେଇ କିଛି ସ୍ପଷ୍ଟ ହୋଇପାରିନି।
ତାଙ୍କ ଟ୍ବିଟ୍ ଉପରେ ଜଣେ ୟୁଜର ଲେଖିଛନ୍ତି, ଏହା ପ୍ରଥମ ଥର ଯେତେବେଳେ ସେ ଗୋଲ୍ଡ କୋକ୍ ଦେଖୁଛନ୍ତି। ଉଲ୍ଲେଖନୀୟ ଯେ, ମସ୍କ ପୂର୍ବରୁ ମଧ୍ୟ ଏଭଳି ଆଶ୍ଚର୍ଯ୍ୟକର ଫଟୋ ଓ ଭିଡିଓ ଟ୍ବିଟରରେ ସେୟାର କରିସାରିଛନ୍ତି। ଯେତେବେଳେ ଟ୍ବିଟରର ସେ ମାଲିକ ହୋଇଥିଲେ ଟ୍ବିଟର କାର୍ଯ୍ୟାଳୟରେ ଓ୍ବାସ ବେସିନ୍ ନେଇ ପହଞ୍ଚିଥିଲେ। ସେତେବେଳେ ତାଙ୍କର ଏହି ଫଟୋ-ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା।