ପ୍ରମୁଖ ଖବର
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଉଡୁଥିବା ସମୟରେ ଅଚାନକ ଖୋଲିଗଲା ବିମାନର ଡୋର୍, ପନ୍ତନଗର ଏୟାରପୋର୍ଟରେ କରାଗଲା ଏମରଜେନ୍ସି ଲ୍ୟାଣ୍ଡିଂ

ରୁଦ୍ରପୁର ୯/୨: ଏୟାର ହେରିଟଜର ୯ ସିଟର ଯାତ୍ରୀବାହୀ  ବିମାନକୁ ପନ୍ତନଗର ଏୟାରପୋର୍ଟରେ ଏମରଜେନ୍ସି ଲ୍ୟାଣ୍ଡି କରାଗଲା । ଏୟାର ହେରିଟେଜର ୯ ସିଟର ପାସେଞ୍ଜର ଫ୍ଲାଇଟ୍ ପନ୍ତନଗର ଏୟାରପୋର୍ଟରୁ ନୈନୀ ସୈନୀ ଏୟାରପୋର୍ଟ ପିଥାରଗଡ ପାଇଁ ଉଡାଣ ଭରିଥିଲା । ବିମାନ ଉଡୁଥିବା ସମୟରେ କିଛି ସମୟ ପରେ ଅଚାନକ ତାର ଡୋର୍ ଖୋଲିଗଲା ।

ଆନନ-ଫାନନରେ ବାୟୁସେନାକୁ ୧୧.୪୨ ମିନିଟରେ ପନ୍ତନଗର ଏୟାରପୋର୍ଟରେ ଏମରଜେନ୍ସି ଲ୍ଯାଣ୍ଡି କରାଗଲା । ବାୟୁସେନାରେ ସମୁଦାୟ ୮ ଯାତ୍ରୀ ସବାର ଥିଲେ ଯେଉଁଥିରେ ୩ ମହିଳା ମଧ୍ଯ ଥିଲେ ।

ଏମରଜେନ୍ସି ଲ୍ଯାଣ୍ଡିଂ ପରେ ଯାତ୍ରୀ ନିଜ ଲଗେଜ୍ ସହିତ ପିଥାରଗଡ ପାଇଁ ଉଡାଣ ଭରିଲେ । ଜଣେ ଯାତ୍ରୀ ପଙ୍କଜ ଚନ୍ଦ କହିଛନ୍ତି ଯେ ବିମାନର ଡୋର୍ ଖୋଲିଯିବା ଫଳରେ ସମସ୍ତେ ଆତଙ୍କିତ ହୋଇଗଲେ । କିଛି ଯାତ୍ରୀ କାନ୍ଦିବାକୁ ମଧ୍ୟ ଲାଗିଲେ ।

ଅନ୍ୟପଟେ କମ୍ପାନୀର ମ୍ୟାନେଜର ମୋହିତ ନେଗୀ ଡୋର୍ ଖୋଲିବାକୁ ନେଇ ପ୍ରତ୍ଯାଖାନ କରିଛନ୍ତି । ସେ କହିଛନ୍ତି ଯେ କିଛି ବିମାନରେ ସାମାନ୍ୟ ଯାନ୍ତ୍ରିକ ତୃଟି ଥିଲା ଏବଂ ସେଥିପାଇଁ ଡେରାଡୁନରୁ ଇଞ୍ଜିନିୟର ଡକାଯାଇଛି ।

Copyright © 2022 - Summa Real Media Private Limited. All Rights Reserved.