PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଏହି ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ସିରିଏଲ୍ କିସର ଇମରାନ୍, ସ୍ବାମୀ ଜାଣିବା ପରେ କରିଥିଲେ…

୨୦୦୪ ମସିହା, ଯେତେବେଳେ ଇମରାନ୍ ହାସମୀ ‘ମର୍ଡର’ ଚଳଚ୍ଚିତ୍ରରେ ମଲ୍ଲିକା ଶେରାବତଙ୍କ ସହିତ କିଛି ବୋଲ୍ଡ ଏବଂ ରୋମାଣ୍ଟିକ୍ ସିନ୍ ଦେଇଥିଲେ ସେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ଏହା ପରେ ସେ ଆହୁରି ବି ଅନେକ ଫିଲ୍ମ କରିଥିଲେ ଯେଉଁଥିରେ ତାଙ୍କୁ ଏଭଳି ସିନ୍ କରିବାକୁ ପଡ଼ିଥିଲା। ବାସ୍ ସେବେଠାରୁ ହିଁ ଇମରାନ୍ ହାସମୀଙ୍କୁ ଲୋକେ ‘ସିରିଏଲ୍ କିସର’ ନାମରେ ଡାକି ଚାଲିଛନ୍ତି। ତା ସହିତ ସମସ୍ତଙ୍କ ପାଇଁ ଇମରାନ୍ ହାସମୀ ଚକୋଲେଟ୍ ବୟ ହୋଇଯାଇଛନ୍ତି। ତେବେ ଏହି କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ କେବଳ ରିଲ୍ ଲାଇଫରେ ନୁହେଁ ବରଂ ରିୟଲ ଲାଇଫରେ ବି ଇମରାନ୍ ହାସମୀ ଏହି ମାମଲାରେ ବହୁତ ସକ୍ରିୟ ଅଛନ୍ତି ବୋଲି। ଏହି କଥାର ଖୁଲାସା ଇମରାନ୍ ନିଜେ ଏକ ସାକ୍ଷାତକାରରେ କରିଛନ୍ତି ।

ମର୍ଡର ଫିଲ୍ମରେ ଜଣେ ବିବାହିତା ମହିଳାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଚାଲିଥିଲା। ଏହି ବିଷୟରେ ଯେତେବେଳେ ଇମ୍ରାନଙ୍କୁ ପଚରାଯାଇଥିଲା ସେ ନିଜେ ସ୍ବିକାର କରିଥିଲେ। ଇମ୍ରାନ କହିଛନ୍ତି ଯେ, ଜଣେ ମହିଳାଙ୍କ ସହିତ ମୋର ସମ୍ପର୍କ ଥିଲା। ମାତ୍ର ମୋତେ ଜଣାନଥିଲା କି ସେ ଜଣେ ବିବାହିତା ବୋଲି। ଏହି କଥା ସତ ଯେ ମୁଁ ତାଙ୍କ ବିଷୟରେ ଜାଣିବା ପରେ ବି ରିଲେସନରେ ଥିଲି। ମୁଁ ଜାଣିଛି ଯେ ନିୟମ ଅନୁସାରେ ମୋତେ ଆଗକୁ ବଢ଼ିବାର ନଥିଲା। କିନ୍ତୁ ଜଣା ନାହିଁ ମୁଁ କାହିଁକି ନିଜ ମନକୁ ବୁଝାଇ ପାରିଲି ନାହିଁ। ଆଉ ସେହି ମହିଳାଜଣଙ୍କୁ ସବୁଦିନେ ଦେଖାକରିଲି।

ଇମ୍ରାନ ଏହି କଥାକୁ ମଧ୍ୟ ସ୍ବିକାର କରିଛନ୍ତି ଯେ, ମହିଳା ଜଣଙ୍କ ସହିତ ରିଲେସନସିପରେ ଥିବାବେଳେ ମହିଳାଙ୍କ ସ୍ବାମୀ ଇମ୍ରାନଙ୍କୁ ଧରି ପକାଇଥିଲେ। ତାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିଲା ଧସ୍ତାଧସ୍ତି। ମାତ୍ର ମଝିରେ ଆଉ ଜଣେ ସାଙ୍ଗ ଆସି ପହଂଚିଗଲା। ତେବେ କଥାଟି ବଢ଼ିବା ଆଗରୁ ହିଁ ସବୁକିଛି ଶାନ୍ତ ହୋଇଯାଇଥିଲା। ତେବେ ଇମ୍ରାନ ୨୦୦୬ ମସିହାରେ ପରବୀନ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ପୁରା ନିବିଡ଼ ବୋଲି ଇମ୍ରାନ କହିଛନ୍ତି।