ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର; ଆତଙ୍କୀ ଆମିର ନାଜିର ଓ୍ବାନୀଙ୍କ ମା’ ଭିଡିଓ କଲରେ ଆତ୍ମସମର୍ପଣ ପାଇଁ କରିଥିଲେ ଅନୁରୋଧ

Published By : Bijay Swain | May 15, 2025 4:49 PM

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଲଓ୍ବାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଥିବା ନାଦିର ଗାଁରେ ଆଜି ସୁରକ୍ଷା ବାହିନୀ ସହ ଏକ ଏନକାଉଣ୍ଟରରେ ତିନି ଜଣ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଆମିର ନାଜିର ଓ୍ବାନୀ, ଆସିଫ ଆହମଦ ଶେଖ ଏବଂ ଯାୱାର ଆହମଦ ଭଟ୍ଟ ରହିଛନ୍ତି। ତେବେ ସମସ୍ତ ମୃତକ ପୁଲଓ୍ବାମାର ସ୍ଥାନୀୟ ବାସିନ୍ଦା ଥିଲେ ବୋଲି ଜଣାପଡିଛି।

ଏହି ଘଟଣା ସହ ଜଡିତ ଭିନ୍ନଭିନ୍ନ ଦିଗ ଏବେ ସାମ୍ନାକୁ ଆସିବାରେ ଲାଗିଛି। ଯେଉଁଠାରେ ଆମିର ନାଜିର ଓ୍ବାନୀ ଏନକାଉଣ୍ଟର ପୂର୍ବରୁ ତାଙ୍କ ମା’ ଓ ଭଉଣୀଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଆମିରଙ୍କୁ ଏକେ-୪୭ ରାଇଫଲ ଧରି ତାଙ୍କ ମା’ଙ୍କ ସହ କଥା ହେଉଥିବା ଦେଖାଯାଇଛି। ତାଙ୍କ ମା’ ତାଙ୍କୁ ବାରମ୍ବାର ଆତ୍ମସମର୍ପଣ କରିବାକୁ ଅନୁରୋଧ କରୁଥିବା ଦେଖାଯାଇଛି। ତେବେ ଏହାର ଉତ୍ତରରେ  ଆମିର ତାଙ୍କ ମାଙ୍କୁ, "ସେନା ଆଗକୁ ଆସୁ, ତା’ପରେ ମୁଁ ଦେଖିବି" ବୋଲି କହୁଥିବା ଶୁଣିବାକୁ ମିଳିଚି। ସୂତ୍ର ଅନୁଯାୟୀ, ସୁରକ୍ଷା ବାହିନୀ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେଷ୍ଟା କରି ଦୀର୍ଘସମୟ ଅପେକ୍ଷା  କରିଥିଲେ। କିନ୍ତୁ ଆମିର ଏହା ମାନି ନ ଥିଲେ।

ସୁରକ୍ଷା ବାହିନୀକୁ ନାଦିର ଗାଁରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ମିଳିଥିଲା। ଓହାପରେ ସେନା ଗୁରୁବାପ ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆମିର ଓ ଅନ୍ୟ ଆତଙ୍କବାଦୀମାନେ ଏକ ଘରେ ଲୁଚି ରହିଥିବା ବେଳେ ସୁରକ୍ଷା ବାହିନୀ ସେମାନଙ୍କୁ ଘେରି ଯାଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ତୁମୁଳ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ତିନି ଆତଙ୍କବାଦୀ ନିହତ ହୋଇଥିଲେ।

ଏକ ଅତିରିକ୍ତ ଘଟଣାରେ, ଏନକାଉଣ୍ଟର ପରେ ଆମିର ନାଜିର ଓ୍ବାନୀଙ୍କ ଘରକୁ ସୁରକ୍ଷା ବାହିନୀ ଧ୍ୱଂସ କରି ଦେଇଥିବା ରିପୋର୍ଟ ମିଳିଛି। ଏହା ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ବିରୁଦ୍ଧରେ ଚାଲିଥିବା କଡା କାର୍ଯ୍ୟାନୁଷ୍ଠାନର ଏକ ଅଂଶ ବୋଲି କୁହାଯାଉଛି। ସେହିଭଳି ସୁରକ୍ଷା ବାହିନୀ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ତୀବ୍ର ଅଭିଯାନ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.