ରାଞ୍ଚି,୨୯ /୦୧: ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ମହିଳାଙ୍କ ସମେତ ୨ ନିକ୍ସଲ ନିପାତ ହୋଇଛନ୍ତି । ୨ଟି ରାଇଫଲ ଜବତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ପଶ୍ଚିମ ସିଂହଭୂମ ଜିଲ୍ଲାଠୁ ୮୦କିମି ଦୂର ସୋନୁଆ ଥାନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ସମେତ ୨ ନକ୍ସଲ ନିପାତ ହୋଇଛନ୍ତି । ପଶ୍ଚିମ ସିହଭୂମ ଏସପି ଆଶୁତୋଷ ଶେଖର କହିଛନ୍ତି, ଚାଇବାସା ଜିଲ୍ଲା ପୋଲିସ ଓ ସିଆରପିଏଏଫର ମିଳିତ ଅପରେସନରେ ଏହି ସଫଳତା ମିଳିଛି ।  ପତିରାମ ମାଝୀ ଓରଫ ଅନଲ, ଅସିମ ମଣ୍ଡଳ ଏବଂ ଅନମୋଲ ଆଦି ନକ୍ସଲଙ୍କ ସାଥୀ ନିହତ ହୋଇଛନ୍ତି । ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ରଞ୍ଚି ସ୍ତାନାନ୍ତର କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ମିଳିଥିବା ସୂଚନା ଅନୁସାରେ ପାଖାପାଖି ୩୫ ମିନିଟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ସମେତ ୨ ନିକ୍ସଲ ନିପାତ ହୋଇଛନ୍ତି । ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ୨ଟି ଇନସାସ୍ ରାଇଫଲ ଜବତ ହୋଇଛି । 

ଏହା ବି ପଢନ୍ତୁ...ଓଡ଼ିଶା ସୀମାନ୍ତରେ ସରିଲା ମାଓଦମନ ଅଭିଯାନ: ୨୭ ନିପାତ, ୧୬ ମୃତଦେହ ଉଦ୍ଧାର, ଫେରିଲେ ସୁରକ୍ଷାବାହିନୀ

କିଛି ଦିନ ତଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ମାଓଦମନ ଅଭିଯାନ ହୋଇଥିଲା । ୪ ଦିନ ଧରି ୫୦୦ ସୁରକ୍ଷାକର୍ମୀ ଘେରାବନ୍ଦୀ ପରେ ୨୭ ଜଣ ମାଓବାଦୀ ସହ ଟପ୍ କମାଣ୍ଡର ଜୟରାମଙ୍କୁ ଏନ୍‌କାଉଣ୍ଟର କରିଥିଲେ । ସୁରକ୍ଷାକର୍ମୀଙ୍କ ପାଇଁ ଏହା ଏକ ବଡ ସଫଳତା ଥିଲା । ନୂଆପଡ଼ା ଜିଲ୍ଲା ସୀମାନ୍ତରୁ ୫କିମି ଦୂର ଗରିଆବନ୍ଧ ଅଞ୍ଚଳରେ ଯବାନଙ୍କ ଗୁଳିରେ ୨୭ଜଣ  ନକ୍ସଲ ନିହତ ହୋଇଛନ୍ତି । ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା ।