ପୋଲିସ ଏନକାଉଣ୍ଟରରେ ଦୁଇ ଗ୍ୟାଙ୍ଗଷ୍ଟର ନିହତ,ଏସପିଙ୍କୁ ଗୁଳି କରି ଖସି ଯିବାକୁ ଚାହୁଁଥିଲା ଦୁଜନା ଗ୍ୟାଙ୍ଗର ଅପରାଧୀ

ଗାଜିଆବାଦ,୨୮।୫: ଉତ୍ତର ପ୍ରଦେଶର ଗାଜିଆବାଦରେ ପୋଲିସ ଓ ଗ୍ୟାଙ୍ଗଷ୍ଟରଙ୍କ ଭିତରେ ସଂଘର୍ଷ। ଦୁଇଟି ଅଲଗା ଅଲଗା ସ୍ଥାନରେ ସଂଘର୍ଷ କାରଣରୁ ୨ ଜଣ ଗ୍ୟାଙ୍ଗଷ୍ଟର ନିହତ ହୋଇଛନ୍ତି। ଗାଜିଆବାଦକୁ ଲାଗିଥିବା ମଧୁବନ ବାପୁଧାମ ଓ ଇନ୍ଦିରାପୁରମ୍ ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ହୋଇଥିବା ଦୁଇଟି ଏନକାଉଣ୍ଟରରେ ଦୁଜନା ଗ୍ୟାଙ୍ଗର ଅପରାଧୀ ନିହତ ହୋଇଛନ୍ତି।
ଗାଜିଆବାଦ ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ମୃତଙ୍କ ଭିତରୁ ଜଣଙ୍କ ନାଁ ରାକେଶ ରହିଛି। ରାକେଶ ନୋଏଡାର ବାଦଲପୁରରେ ରହୁଥିଲେ। ତା ଉପରେ ୟୁପି ପୋଲିସ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲ। ସେଭଳି ଆଉ ଏକ ସଂଘର୍ଷରେ ବିଲୁ ଓରଫ୍ ଅଭନୀଶଙ୍କ ନିହତ ହୋଇଛି। ବିଲୁ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ରାକେଶର ଏନକାଉଣ୍ଟର ମଧୁବନର ବାପୁଧାମ ପୋଲିସ ଷ୍ଟେସନ ଅଞ୍ଚଳରେ ହୋଇଥିଲା। ରାକେଶର ଏକ ମୋଟର ସାଇକେଲରେ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ତେବେ ଏସପି ବୁଲେଟପ୍ରୁଫ୍ ଜ୍ୟାକେଟ ପିନ୍ଧିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ପାଲଟା ଆକ୍ରମଣରେ ରାକେଶ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିଲା। ରାକେଶ ନାଁରେ ୫୦ ହଜାର ଟଙ୍କାର ପୁରସ୍କାର ଥିଲା। ସେଭଳି ବିଲୁ ଦୁଜାନାର ଏନକାଉଣ୍ଟର ଇନ୍ଦିରାପୁରମ୍ରେ ହୋଇଥିଲ।
ଗତ କିଛି ଦିନ ହେବ ଅପରାଧୀ ଏବଂ ହିଷ୍ଟ୍ରିସିଟରମାନଙ୍କୁ ଧରିବା ପାଇଁ ପୋଲିସ ଏକ ଅଭିଯାନ ଆରମ୍ଭ କରିଛି। ଏହି ସମୟ ମଧ୍ୟରେ ଅନେକ ଜିଲ୍ଲାରେ ପୋଲିସକୁ ବହୁ ସଫଳତା ମଧ୍ୟ ମିଳିଛି। ବିଲୁ ଦୁଜାନା ଏବଂ ରାକେଶ ଦୁଜାନା ୱେବ ସିଟିରେ ଡବଲ ମର୍ଡର ମାମଲାରେ ଦୁହେଁ ସମ୍ପୃକ୍ତ ଥିଲେ। ପୋଲିସ ଦୁହିଁଙ୍କ ବିଷୟରେ ସଠିକ୍ ସୂଚନା ପାଇବା ପରେଏହି ଏନକାଉଣ୍ଟର କରିଛି। ସଂଘର୍ଷ ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବାର ମଧ୍ୟ ସୂଚନା ଅଛି।