PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ଡ୍ରେନ୍‌ରୁ ଜବରଦଖଲ ହଟା ଅଭିଯାନ; ଗୁରୁବାରଠାରୁ ତନାଘନା

ଭୁବନେଶ୍ୱର,୪ ।୬(ବ୍ୟୁରୋ): ବହୁତ ହୋଇଗଲା । ଏଣିକି ଆଉ ମାଫ୍‌ ନାହିଁ । ଜିରୋ ଟଲରାନ୍ସ ନୀତି ଆପଣାଯିବ । ଖାଲି ମୁଖ୍ୟ ଡ୍ରେନ୍‌ ନୁହେଁ ସହରର ଛୋଟ, ବଡ଼ ଡ୍ରେନ୍‌ରୁ ଜବରଦଖଲ ହଟାଯିବ । ମୌସୁମୀ ପୂର୍ବରୁ ଏହି କାମ ଶେଷ କରିବାକୁ ବିଏମ୍‌ସି କମିଶନର ଆଜି ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

କମିଶନରଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଜବରଦଖଲରେ ଥିବା ଡ୍ରେନ୍‌ର ତାଲିକା ପ୍ରସ୍ତୁତି ଚାଲିଛି । ଆଜି ୱାର୍ଡୱାରୀ ସର୍ଭେ କରାଯାଇଛି । କେବଳ ଜୋନାଲ ଡେପୁଟି କମିଶନରମାନେ ନୁହଁନ୍ତି, ସଫେଇ ଦାୟିତ୍ୱରେ ଥିବା ସାନିଟାରୀ ଏଜେନ୍ସୀଙ୍କୁ ସର୍ଭେ କରି ରିପୋର୍ଟ ଦେବାକୁ କୁହାଯାଇଛି । ବୁଧବାର ସୁଦ୍ଧା ଜବରଦଖଲରେ ଥିବା ଡ୍ରେନର ତାଲିକା ଦେବାକୁ ଜାଗୃତି ୱେଲଫେୟାର ଅର୍ଗାନାଇଜେସନ, ରାମ୍‌କୀ ଓ ପିଏମ୍‌ଆରକୁ କୁହାଯାଇଛି । ବିଏମ୍‌ସିର ଡ୍ରେନେଜ ବିଭାଗ ଯନ୍ତ୍ରୀଙ୍କୁ ମୁଖ୍ୟ ଡ୍ରେନ୍‌ ଦାୟିତ୍ୱ ଦିଆଯାଇଛି । ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଢି ତାଲିକା ଅନୁସାରେ ଗୁରୁବାରଠାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରିବାକୁ ବିଏମ୍‌ସି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଆସିଷ୍ଟାଣ୍ଟ ଇଞ୍ଜିନିୟର(ମେକାନିକାଲ) ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡକୁ ଜେସିବି ଯୋଗାଇ ଦେବାକୁ କୁହାଯାଇଛି ।

ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, କିଛି ପ୍ରଭାବଶାଳୀ ବ୍ୟକ୍ତି ଡ୍ରେନ୍‌କୁ ମାଡ଼ି ଘର ତିଆରି କରିଛନ୍ତି । ପ୍ରତିଥର ମୌସୁମୀ ପୂର୍ବରୁ ମୁଖ୍ୟ ଡ୍ରେନ୍‌ ଓ ଅନ୍ୟ ଡ୍ରେନ ଉପରୁ ଅଳ୍ପ, ବହୁତ ଜବରଦଖଲ ଉଚ୍ଛେଦ ହେଉଛି । କିନ୍ତୁ ଚାପ ଯୋଗୁ ପ୍ରଭାବଶାଳୀଙ୍କ ଜବରଦଖଲ ହଟା ଯାଇପାରୁନି । କିନ୍ତୁ ଏଥର ଜବରଦଖଲ ଉଚ୍ଛେଦକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ କମିଶନର ନିର୍ଦ୍ଦେଶ ଜାରି କରିଛନ୍ତି । ଡ୍ରେନ ଜବରଦଖଲ ତାଲିକାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଅନେକ ନାମୀଦାମୀ ହୋଟେଲ, ପ୍ରତିଷ୍ଠିତ ଘରୋଇ ସ୍କୁଲ ଓ କଲେଜ ରହିଛି । କିଛି ବ୍ୟବସାୟିକ ପ୍ରତିଷ୍ଠାନ ବି ରହିଛି । ସବୁ ଜବରଦଖଲକୁ ହଟାଯିବ ବୋଲି ସେ କହିଛନ୍ତି ।

ସହରର ୧୦ଟି ମୁଖ୍ୟ ଡ୍ରେନ୍‌, ପୂର୍ତ୍ତବିଭାଗ ଓ ବିଏମ୍‌ସି ଅଧୀନରେ ଥିବା ବାକି ସମସ୍ତ ଡ୍ରେନ୍‌ର ସଫେଇ ଚାଲିଛି । କିନ୍ତୁ ଅଧିକାଂଶ ଡ୍ରେନ ଜବରଦଖଲରେ ଅଛି । ଜବରଦଖଲ କାରଣରୁ ସଫେଇ ହୋଇପାରୁନି । ଏଥିପାଇଁ ବର୍ଷା ଜଳ ନିଷ୍କାସନରେ ଗୁରୁତର ସମସ୍ୟା ହେଉଛି । ଅସରାଏ ବର୍ଷା ହେଲେ କୃତ୍ରିମ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଉଛି ।

ସମ୍ବନ୍ଧିତ ଖବର