PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଦାୟିତ୍ୱ ନେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ଗତ ୫ ବର୍ଷ ମଧ୍ୟରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟରେ ଯେତିକି କାମ ହୋଇଛି, ଚଳିତ ପାଳିରେ ତାହା ତୁଳନାରେ ୨-୩ ଗୁଣା କାମ କରାଯିବ । ଇସ୍ପାତ ମନ୍ତ୍ରଣାଳୟ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରାଯିବ । କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଉଭୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସେହିଭଳି ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିତ୍ୱ କେନ୍ଦ୍ରରେ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱରେ ଥିଲେ । ଏଣୁ ଓଡ଼ିଆ ଭାବେ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ୱ ମିଳିବା ମୋ ପାଇଁ ଗୌରବର ବିଷୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ପ୍ରଥମ ପାଳି ୫ ବର୍ଷ ମଧ୍ୟରେ ପେଟ୍ରୋଲିୟମ ମନ୍ତ୍ରଣାଳୟରେ ଅନେକ ସୁଧାର ଅଣାଯାଇଛି । ବହୁ ନୂଆ ପ୍ରକଳ୍ପ ଓ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି । ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା । ଏହି କାରଣରୁ ଦେଶର ଜନସାଧାରଣ ମୋଦିଙ୍କୁ ପୁଣିଥରେ ଦେଶର ଶାସନ ଦାୟିତ୍ୱ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଗତ ୫ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଅନେକଗୁଡ଼ିଏ ସଂସ୍କାର ଆସିଛି । ଏବେ ମୋଦିଙ୍କ ନେତୃତ୍ୱାଧୀନ ସରକାରର ଦ୍ୱିତୀୟ ପାଳିରେ ଏହି କ୍ଷେତ୍ରରେ ସାଧାରଣ ଭିତ୍ତିଭୂମି, ବଜାର ଭିତ୍ତିଭୂମିକୁ ପୂର୍ବପରି ଗୁରୁତ୍ୱାରୋପ କରାଯିବ । ପ୍ରଧାନମନ୍ତ୍ରୀ ଊର୍ଜାଗଙ୍ଗା ଯୋଜନାର କାମକୁ ପୁନଶ୍ଚ ତ୍ୱରାନ୍ୱିତ କରାଯିବ । ଏବେ ଦେଶର ୪୦୦ ଜିଲ୍ଲାରେ ସିଟି ଗ୍ୟାସ୍‌ ନେଟ୍‌ୱର୍କ ସମ୍ପ୍ରସାରିତ ହୋଇଥିବା ବେଳେ ଆଗାମୀ ଦିନରେ ଏହାର କ୍ରିୟାନ୍ୱୟନକୁ ସରଳ କରାଯିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷରେ ମନ୍ତ୍ରଣାଳୟର ଅଧିକାରୀମାନେ ବହୁ ପରିଶ୍ରମ କରିଛନ୍ତି । ଆଗାମୀ ଦିନରେ ସେମାନେ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବେ । ଏ ଅବଧିରେ ତୈଳ ଓ ଗ୍ୟାସ୍‌ ଉତ୍ପାଦନ ବୃଦ୍ଧିକୁ ପ୍ରାଥମିକତା ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ଭିଜନ୍‌ରେ ମନ୍ତ୍ରଣାଳୟ ଏହି କାମ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।