ଆଫଗାନିସ୍ଥାନକୁ ୩୯୮ ରନର ଲକ୍ଷ୍ଯ ଦେଲା ଇଂଲଣ୍ଡ

ମାଞ୍ଚେଷ୍ଟର ୧୮/୬: ବିଶ୍ୱ କପରେ ୨୪ ତମ ମୁକାବିଲାରେ ମଙ୍ଗଲବାର ଇଂଲଣ୍ଡ ଆଫଗାନିସ୍ଥାନକୁ ୩୯୮ ରନର ଟାର୍ଗେଟ୍ ଦେଇଛି । ଇଂଲଣ୍ଡ ୫୦ ଓଭରରେ ୬ ୱିକେଟରେ ୩୯୭ ରନ୍ ସଂଗ୍ରହ କରିଛି । ୱର୍ଲଡ କପ୍ ଇତିହାସରେ ଇଂଲଣ୍ଡର ଏହା ସବୁଠାରୁ ବଡ ସ୍କୋର । ଇଂଲଣ୍ଡର କ୍ୟାପଟେନ୍ ଇୟାନ୍ ମାର୍ଗନ ୧୪୮ ରନ୍ ସଂଗ୍ରହ କରିଛନ୍ତି । ସେ ଏହି ୱାର୍ଲ୍ଡ କପରେ ସବୁଠାରୁ ଶୀଘ୍ର ଶତକ ହାସଲ କରିଛନ୍ତି । ମାର୍ଗନ ୫୭ତମ ବଲରେ ୬ ରନ୍ କରି ନିଜ ଶତକ ପୂରା କରିଥିଲେ । ଏହା ବିଶ୍ୱ କପରେ ଇତାହସରେ ଚତୁର୍ଥ ସବୁଠାରୁ ଶୀଘ୍ର ହୋଇଥିବା ଶତକ ।
ମାର୍ଗନ ନିଜ ବ୍ୟାଟିଂରେ ସମୁଦାୟ ୧୭ ଛକା କରିଛନ୍ତି । ଏକ ୱାନଡେରେ ସେ ସବୁଠାରୁ ଅଧିକ ଛକା ମାରିଥିବା ବ୍ଯାଟ୍ସମ୍ୟାନ୍ ପାଲଟିସାରିଛନ୍ତି । ସେ ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍, ଭାରତର ରୋହିତ ଶର୍ମା ଓ ଦକ୍ଷିଣ ଆଫ୍ରିକାର ଏବି ଡେଭିଲିୟର୍ସର ୧୬-୧୬ ଛକାର ରେକର୍ଡ ଭାଙ୍ଗି ଦେଇଛନ୍ତି । ସେ ଏହି ୱାର୍ଲ୍ଡ କପରେ ସବୁଠାରୁ ଅଧିକ ଛକା ମାରିଥିବା ଖେଳାଳୀ ପାଲଟି ଯାଇଛନ୍ତି ।