PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଇଞ୍ଜିନିୟରିଂ ଛାତ୍ରଙ୍କୁ ନିଶାଦେଇ ଲୁଟିଲେ

ଭୁବନେଶ୍ୱର,୩ ।୨(ବ୍ୟୁରୋ): ନିଶାଦିଆ ଲୁଟେରା ଉତ୍ପାତ ଚଳାଇଛନ୍ତି । ଆଜି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ନିଶାଦେଇ ଲୁଟ୍‌ପାଟ କରିବା ପରେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ପଳାଇଛନ୍ତି । ଲୁଟ୍‌ର ଶିକାର ଛାତ୍ର ଗିରିଶ କିସ୍କୋ । ତାଙ୍କ ଘର ମୟୁରଭଞ୍ଜ ଭୀମଖଣ୍ଡ ।
ମିଳିଥିବା ଅଭିଯୋଗ ଅନୁଯାୟୀ, ଗିରିଶ ରେତଙ୍ଗ ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଛନ୍ତି । ଆଜି ସେ ଇଣ୍ଟରଭ୍ୟୁ ଦେବା ପାଇଁ ଭୁବନେଶ୍ୱର ଆସିଥିଲେ । ସଂଧ୍ୟା ୬ଟାବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନରୁ ଓହ୍ଲାଇଥିଲେ । ରେଳ ଷ୍ଟେସନରେ ଜଣେ ଯୁବକ ତାଙ୍କ ସହ ବନ୍ଧୁତା ଯୋଡ଼ିଥିଲା । ତାଙ୍କୁ ବିସ୍କୁଟ୍‌ ଖାଇବାକୁ ଦେଇଥିଲା । ତା’ପରେ ଗିରିଶ କିଛି ଜାଣିପାରି ନଥିଲେ । ମାର୍କେଟ୍‌ ବିଲ୍ଡିଂ ଭିତରୁ ତାଙ୍କୁ ପିସିଆର ପୁଲିସ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା । ଗିରିଶଙ୍କ ଠାରୁ ମୋବାଇଲ୍‌ ଫୋନ୍‌, କିଛି ଟଙ୍କା ଓ ସାର୍ଟିଫିକେଟ୍‌ ଲୁଟ୍‌ ହୋଇଥିବା ଜଣା ପଡ଼ିଛି । ହସ୍ପିଟାଲ୍‌ରେ ‘ସହାୟ’ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଗିରିଶଙ୍କ ଚିକିତ୍ସାରେ ସହଯୋଗ କରିବା ସହ ସେ ପଢ଼ୁଥିବା କଲେଜ ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ।