PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ପ୍ରଥମ ଥର ସ୍ବୀକାର କଲେ ଇଂଲଣ୍ଡ କ୍ୟାପଟେନ୍,ବିଶ୍ବକପ୍ ଏଭଳି ଜିତିବା…

ନୂଆଦିଲ୍ଲୀ,୨୦।୭: ଇଂଲଣ୍ଡର କ୍ୟାପଟେନ୍ ଇୟୋନ ମୋର୍ଗନ ଶେଷରେ ସ୍ବୀକାର କରିଛନ୍ତି ଯେ, ଯେଉଁଭଳି ଭାବରେ ବିଶ୍ବକପ୍ ୨୦୧୯   ସମାପନ ହୋଇଛି ତାହା ଠିକ୍ ନଥିଲା। ଆୟୋଜକ ଟିମ ବାଉଣ୍ଡ୍ରି ଆଧାରରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ପ୍ରଥମ ଥର ଟୁର୍ଣ୍ଣାମେଣ୍ଟରେ ଜିତି ବିଶ୍ବକପ ନିଜ ନାମରେ କରିଥିଲା। ଫାଇନାଲରେ ନିର୍ଦ୍ଧାରିତ ୫୦ ଓଭର ଓ ସୁପରଓଭର ପରେ ଦୁଇଟି ମର ସ୍କୋର ସମାନ ଥିଲା।

ମୋର୍ଗାନ କହିଛନ୍ତି, ମୁଁ ବୁଝିପାରୁନି ଦୁଇ ଟିମ ଭିତରେ ବହୁତ କମ୍ ଅନ୍ତର ହେବାପରେ ସେଭଳି ଟାଇଟଲ ହାସଲ କରିବାର ନିଷ୍ପତ୍ତି ଉଚିତ୍ ଥିଲା କି ନାହିଁ? ମୁଁ ବୁଝିପାରୁନି ଏଭଳି ଏକ କ୍ଷଣ ଥିଲା, ଆପଣ କହିପାରିବେ ଏହା କାରଣରୁ ମ୍ୟାଚରେ ପରାଜୟ ମୁହଁ ଦେଖିବାକୁ ପଡିଥିଲା। ମୁକାବିଲା ସମାନର ଥିଲା।

‘ମୁଁ ସେଠାରେ ଥିଲି ଓ ଜାଣିଛି କ’ଣ ହୋଇଥିଲା। କିନ୍ତୁ ମୁଁ ଅଙ୍ଗୁଳି ଉଠାଇ ଏହା କହିପାରିବିନି ଯେ, ମ୍ୟାଚ ଜିତିଛି ନା ହାରିଛି। ମୁଁ ବୁଝିପାରୁନି ବିଜେତା ହେବା ଦ୍ବାରା ଏହା ସହଜ ହୋଇଯାଇଛି। ନିଶ୍ଚିତ ଭାବରେ ପରାଜୟ ସହିବା ବହୁତ କଠିନ ହେବ।ସେ କହିଛନ୍ତି, ମ୍ୟାଚରେ କୌଣସି ଏଭଳି କ୍ଷଣ ନଥିଲା ଆମେ କହିପାରିବୁ ଯେ, ହଁ ଆମେ ଜିତିବାର ହକଦାର।’ ମ୍ୟାଚ ବହୁତ ରୋମାଞ୍ଚକର ଥିଲା।’