ନୂଆଦିଲ୍ଲୀ,୧୨/୭ :  ଭାରତଠାରୁ ୪ବର୍ଷ ପରେ ଟି-୨୦ ରାକିଂର ତାଜ୍ ହାତଛଡ଼ା ହୋଇଛି । ଆୟରଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ବିପର୍ଯ୍ୟସ୍ତ ଭାବେ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆ ପ୍ରଥମରୁ ଦ୍ବିତୀୟ ସ୍ଥାନକୁ ଖସି ଆସିଛି । ଟିମ୍ ଇଣ୍ଡିଆଠାରୁ ୪-୦ରେ ସିରିଜ ଜିତିବା ପରେ ଇଂଲଣ୍ଡକୁ ଟି-୨୦ ରାକିଂରେ ଜବରଦସ୍ତ ଲାଭ ମିଳିଛି ।

ଅଲମ୍ପିକ ଦୃଷ୍ଟିରୁ ଦେଖିଲେ ବିଶ୍ବସାରା ଟିମ୍ ଟି-୨୦ ରାକିଂରେ ଭଲ ପଜିଶନରେ ରହିବାକୁ ପ୍ରୟାସ ଜାରି ରଖିଛନ୍ତି । ପ୍ରକାଶ ଯେ,୩୧ ଡିସେମ୍ବର ୨୦୨୬ ଦିନ ଏସିଆ, ଆଫ୍ରିକା, ୟୁରୋପ ଏବଂ ଓଶିନିୟା ମହାଦ୍ବିପରେ ଯିଏ ବି ଟି-୨୦ ରାକିଂର ଟପ୍ ଟିମ୍ ହେବେ ତାଙ୍କୁ ଅଲମ୍ପିକର ଟିକେଟ ମିଳିବ । ଏଥିଲାଗି ଟିମ୍ ଏହି ଚିନ୍ତାରେ ଅଛନ୍ତି କି ଅତି କମରେ ଚଳିତ ବର୍ଷ ଶେଷ ସୁଦ୍ଧା ନିଜ ନିଜ ମହାଦ୍ବିପରେ ଟପ ରାକଂରେ ଟିମ୍ ରହିଥିବେ ।

ଭାରତକୁ ୪-୦ରେ ହରାଇ ଇଂଲଣ୍ଡ ବିଶ୍ବର ନମ୍ବର-୧ଟିମ୍ ହୋଇଯାଇଛି । ଫଳରେ ଭାରତ ଦ୍ବିତୀୟ ସ୍ଥାନକୁ ଚାଲି ଯାଇଛି । ଟପ୍ -୧୦ ଟିମରେ କୌଣସି ଅନ୍ୟ ଦେଶର ରାକିଂରେ ପରିବର୍ତ୍ତନ ହୋଇନାହିଁ । ଅଷ୍ଟ୍ରେଲିଆ ତୃତୀୟ ଏବଂ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହିଛି । ସେହିଭଳି ପାକିସ୍ତାନ ଏବେ ଷଷ୍ଠ ସ୍ଥାନରେ ରହିଛି ।

୧- ଇଂଲଣ୍ଡ

୨- ଭାରତ

୩- ଅଷ୍ଟ୍ରେଲିଆ

୪- ନ୍ୟୁଜିଲାଣ୍ଡ

୫- ଦକ୍ଷିଣ ଆଫ୍ରିକା

୬- ପାକିସ୍ତାନ

୭- ଓ୍ବେଷ୍ଟଇଣ୍ଡିଜ

୮- ବାଂଲାଦେଶ

୯- ଶ୍ରୀଲଙ୍କା

୧୦- ଆଫଗାନିସ୍ତାନ

ଭାରତୀୟ ଟିମ୍ ପ୍ରାୟ ସାଢେ ୪ବର୍ଷ ପରେ ଟି-୨୦ ଟିମ୍ ରାକିଂରେ ପ୍ରଥମ ସ୍ଥାନରୁ ତଳକୁ ଖସିଯାଇଛି । ଫେବୃଆରୀ ୨୦୨୨ରୁ ଭାରତ ବିଶ୍ବର ନମ୍ବର-୧ ଟି-୨୦ ଟିମ୍ ହୋଇ ରହିଥିଲା । ଏହି ସମୟରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ୨୦୨୪ ଏବଂ ୨୦୨୬ର ଟି-୨୦ ବିଶ୍ବକପର ତାଜ୍ ବି ଜିତିଥିଲା ।