ନୂଆଦିଲ୍ଲୀ : ବିଶ୍ୱର ପ୍ରମୁଖ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ପୁଣି ଥରେ କର୍ମଚାରୀମାନଙ୍କୁ କରିଛି ଛଟେଇ। ହେଲେ, ଏହି ଛଟେଇ ସତ୍ତ୍ୱେ ଦେଖାଇବା ଉଦାରତା।ମାଇକ୍ରୋସଫ୍ଟ ତାର କର୍ମଚାରୀମାନଙ୍କୁ ଟେକ୍ ଇଣ୍ଡଷ୍ଟ୍ରୀରେ ସର୍ବୋତ୍ତମ ସେଭରେନ୍ସ ପ୍ୟାକେଜ (କ୍ଷତି ପୂରଣ) ମଧ୍ୟରୁ ଗୋଟିଏ ପ୍ରଦାନ କରିବ। ବିଜନେସ୍ ଇନସାଇଡରର ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ଚାକିରି ହରାଇଥିବା କିଛି କର୍ମଚାରୀଙ୍କୁ ସେମାନଙ୍କ ଭୂମିକା ଏବଂ ସେବା ଅବଧି ଉପରେ ନିର୍ଭର କରି ୩୯ ସପ୍ତାହ ପର୍ଯ୍ୟନ୍ତ ବେସିକ୍ ଦରମା ମିଳିବ। ଏହା ଜଣେ କର୍ମଚାରୀଙ୍କ ପ୍ରାୟ ନଅ ମାସର ଦରମା ସହିତ ସମାନ। ଏହା ବ୍ୟତୀତ, କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ବୀମା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯିବ। କହି ରଖୁଛୁ ଯେ , ମାଇକ୍ରୋସଫ୍ଟ ବିଶ୍ୱବ୍ୟାପୀ ପ୍ରାୟ ୪,୮୦୦ କର୍ମଚାରୀଙ୍କ ଛଟେଇ କରୁଛି, ଯାହା ଏହାର ମୋଟ ୱାର୍କଫୋର୍ସର ପ୍ରାୟ ୨.୧ ପ୍ରତିଶତ।
ମିଡିଆ ରିପୋର୍ଟ ଅନୁସାରେ, ପ୍ରତ୍ୟେକ କର୍ମଚାରୀଙ୍କୁ ମିଳିବାକୁ ଥିବା ରାଶି ତାଙ୍କର ଇଣ୍ଟରନାଲ ଲେବଲ ଉପରେ ନିର୍ଭର କରେ। ଲେବଲ ୬୪ ଓ ଏହା ଠାରୁ ତଳ କର୍ମଚାରୀଙ୍କୁ ମାଇକ୍ରୋସଫ୍ଟରେ କାମ କରିବାର ପ୍ରତି ଛଅ ମାସ ପାଇଁ ଗୋଟେ ସପ୍ତାହର ବେସିକ୍ ଦରମା ମିଳିବ। ଏହା ବ୍ୟତୀତ, ଲେବଲ ୬୫ ରୁ ୬୭ ପର୍ଯ୍ୟନ୍ତ କର୍ମଚାରୀଙ୍କୁ କାମ କରିବାର ପ୍ରତି ଛଅ ମାସ ପାଇଁ ଦୁଇ ସପ୍ତାହର ବେସିକ୍ ଦରମା ମିଳିବ। ବରିଷ୍ଠ ଅଧିକାରୀଙ୍କ ପାଇଁ ଅଲଗା କ୍ଷତିପୂରଣ ନୀତି ଲାଗୁ ହେବ।
ଆହୁରି ମଧ୍ୟ ପଢନ୍ତୁ - BSNL satellite phone : BSNL ଲଞ୍ଚ କଲା ଦେଢ ଲକ୍ଷ ଟଙ୍କିଆ ସାଟେଲାଇଟ୍ ଫୋନ୍, ନେଟୱର୍କ ନଥିଲେ ବି ଚିନ୍ତା ନାହିଁ
ସୂଚନା ଅନୁଯାୟୀ, ମାଇକ୍ରୋସଫ୍ଟ ଯୋଗ୍ୟ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟକାଳର ଆଧାରରେ ଛଅ କିମ୍ବା ୧୨ ମାସର ଷ୍ଟକ୍ ଭେଟିଂ ସୁବିଧା ମଧ୍ୟ ପ୍ରଦାନ କରୁଛି। ପ୍ରଭାବିତ କର୍ମଚାରୀମାନେ ଛଅ ମାସର ପେଡ୍ ହେଲଥ ଇନ୍ୟୁରାନ୍ସ ମିଳିବ। ଏହାସହ COBRA ମାଧ୍ୟମରେ ନିଜ ଖର୍ଚ୍ଚରେ ଆଉ ଏକ ବର୍ଷ ପାଇଁ ସ୍ୱାସ୍ଥ୍ୟସେବା କଭରେଜ୍ ଜାରି ରଖିବାର ବିକଳ୍ପ ମଧ୍ୟ ପାଇବେ।
ଏହି ଛଟେଇ ଏପରି ସମୟରେ ହୋଇଛି , ଯେତେବେଳେ ସାରା ବିଶ୍ୱର ଆଇଟି କମ୍ପାନୀଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଦ୍ରୁତ ନିବେଶ କରୁଛନ୍ତି। ମାଇକ୍ରୋସଫ୍ଟ ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହି ବର୍ଷ କ୍ୟାପିଟାଲ ଏକ୍ସପେଣ୍ଡିଚର ଭାବେ ପ୍ରାୟ ୧୯୦ ବିଲିୟନ ଡଲାର ଖର୍ଚ୍ଚ କରିବ। ଏହାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ AI ଭିତ୍ତିଭୂମି ବିସ୍ତାର ପାଇଁ ବ୍ୟବହାର କରାଯିବ।