PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ସୁନା ଓ ଚାନ୍ଦିରେ ନିର୍ମିତ ହୋଇଥିବା ବିଶ୍ବକପ୍ ଟ୍ରଫି ଇଂଲଣ୍ଡ ଟିମ୍କୁ ମିଳିବ ନାହିଁ, ପ୍ରକୃତ ହକଦାର୍ କିଏ ଜାଣନ୍ତୁ…

ଇଂଲଣ୍ଡ ପ୍ରଥମଥର ବିଶ୍ବକପ ଜିତି ଇତିହାସ ସୃଷ୍ଟି କରିଛି। କିନ୍ତୁ ଏହି ବିଶ୍ବକପ ଟ୍ରଫିକୁ ହାସଲ କରିବା ଇଂଲଣ୍ଡ ପକ୍ଷେ ଏତେ ବି ସହଜ ନଥିଲା। ସୂଚନାଥାଉକି, ନ୍ୟୁଜିଳାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ବିଶ୍ବକପ ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା। ଉଭୟ ଟିମ୍ ମଧ୍ୟରେ ଜୋରସୋର ଲଢ଼େଇ ମଧ୍ୟ ହୋଇଥିଲା। କିନ୍ତୁ ନିର୍ଦ୍ଧାରିତ ଓଭର ମଧ୍ୟରେ ଉଭୟ ଦଳ ବରାବର ରନ ସଂଗ୍ରହ କରିବାରୁ ମ୍ୟାଚଟି ଡ୍ର ହୋଇଯାଇଥିଲା।

ପୁଣି ଉଭୟ ଦଳ ମଧ୍ୟରେ ସୁପର ଓଭର ମ୍ୟଚ୍ ହୋଇଥିଲା। ଏହି ଓଭରରେ ମଧ୍ୟ ରନ ବରାବର କରିଥିବାରୁ ପୁଣି ମ୍ୟାଚଟି ଡ୍ର ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ଅଧିକ ଛକା, ଛଉକା ମାରିଥିବାରୁ ବାଉଣ୍ଡି୍ର ଆଧାରରେ ଆଇସିସି ଇଂଲଣ୍ଡକୁ ବିଜେତା ଘୋଷଣା କରିଥିଲା। ଏହା ମଧ୍ୟରେ କ୍ରିକେଟପ୍ରେମୀ ଭାବୁଥିବେ କି ଜିତିବା ପରେ ବିଶ୍ବକପ ଟ୍ରଫି ଇଂଲଣ୍ଡକୁ ଦିଆଯିବ। ମାତ୍ର ସେମିତି ନୁହେଁ। ​‌ତେବେ ଆସନ୍ତୁ ଜାଣିବା ବିଶ୍ବକପ ଟ୍ରଫିର ପ୍ରକୃତ ହକଦାର କିଏ?

ବିଶ୍ବକପ ବିଜେତା ଟିମ୍କୁ ଏହି ଅସଲି ଟ୍ରଫି ଦିଆଯାଇ ନଥାଏ। ବରଂ ଏହି ଟ୍ରଫି ଭଳି ଅନ୍ୟ ଏକ ଟ୍ରଫିକୁ ପ୍ରଦାନ କରାଯାଇଥାଏ। ଏହି ବିଶ୍ବକପ ଟ୍ରଫି ଆଇସିସି ସଂଗ୍ରାହଳୟରେ ରଖାଯାଇଥାଏ। ବିଶ୍ବକପ ଟ୍ରଫି ସୁନା ଓ ଚାନ୍ଦି ଭଳି ଧାତୁରେ ନିର୍ମିତ କରାଯାଇଥାଏ। ଏହାର ଓଜନ ୧୧କିଲୋ ଥିବାବେଳେ ଲମ୍ବା ୬୦ ସେଣ୍ଟିମିଟର ରହିଥାଏ। ବିଶ୍ବକପ ଟ୍ରଫି ଆକୃତି ଗ୍ଲୋବଭଳି ଦେଖାଯାଇଥାଏ। ବିଶ୍ବକପ ଫାଇନାଲ ମ୍ୟାଚ ଖେଳିଥିବା ଦୁଇଟି ଟିମକୁ ମୋଟା ଅଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନ୍ୟୁଜିଲାଣ୍ଡ ଟିମ୍କୁ ୧୪ କୋଟି, ଇଂଲଣ୍ଡ ଟିମକୁ ୨୮ କୋଟି ଓ ଇଣ୍ଡିଆ ସେମିଫାଇନାଲ ମ୍ୟାଚ ଖେଳିଥିବାରୁ ଇଣ୍ଡିଆକୁ ୫କୋଟି ଆଇସିସି ପ୍ରଦାନ କରିବେ ବୋଲି ସୂଚନା ମିଳିଛି।