PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବାଉଣ୍ଡାରୀ ଗଣନାରେ ବିଶ୍ୱ ଚାମ୍ପିଅନ୍‌: ଆଇସିସିର ଅଜବ ନିୟମକୁ ନେଇ ସମାଲୋଚନା

ଲଣ୍ଡନ, ୧୬ା୭ (ଏଜେନ୍ସି): ସଦ୍ୟ ସମାପ୍ତ ବିଶ୍ୱକପ୍‌ ଫାଇନାଲ୍‌ ମୁକାବିଲାର ରୋମାଞ୍ଚକୁ ହୁଏତ ଦୀର୍ଘଦିନ ପର୍ଯ୍ୟନ୍ତ କ୍ରିକେଟ୍‌ ପ୍ରେମୀ ଭୁଲିବା କଷ୍ଟକର ହୋଇଯିବ । ପ୍ରଥମେ ମ୍ୟାଚ୍‌ ଓ ପରେ ସୁପର ଓଭର ଟାଇ ରହିବା କ୍ରିକେଟ୍‌ ଇତିହାସରେ ପ୍ରଥମ ଘଟଣା । ହେଲେ ବିଜେତା ଚୟନ ପାଇଁ ଉଭୟ ଦଳର ବାଉଣ୍ଡାରୀ(ଚୌକା ଓ ଛକା) ରନ୍‌କୁ ଗଣନା କରାଯିବା ସମଗ୍ର କ୍ରିକେଟ୍‌ ଜଗତକୁ ମର୍ମାହତ କରିଛି । ଚତୁର ରଣନୀତି, ମଧ୍ୟ ଓଭରରେ ରନ୍‌ ସଂଗ୍ରହ ଓ ପିଚ୍‌ ପରଖିବାର ଦକ୍ଷତା ଦିନିକିଆ କ୍ରିକେଟର ଲୋକପ୍ରିୟତାକୁ ବଜାୟ ରଖିଥିବାବେଳେ ଆଇସିସିର ସର୍ବ ବୃହତ୍‌ ଟୁର୍ଣ୍ଣାମେଣ୍ଟରେ ଏସବୁ କିଛି ମହତ୍ତ୍ୱ ରଖିନଥିଲା । ବରଂ ଅମ୍ପାୟାରଙ୍କ ତ୍ରୁଟି ନ୍ୟୁଜିଲାଣ୍ଡ ବିଜୟରେ କଣ୍ଟା ସାଜିଥିଲା ।

ଫାଇନାଲ୍‌ ମ୍ୟାଚ୍‌ର ଫଳାଫଳ ବାଉଣ୍ଡାରୀ ଗଣନାରୁ ଚୂଡ଼ାନ୍ତ କରାଯିବା ପ୍ରସଙ୍ଗକୁ ନେଇ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଇସିସିର ଅଜବ ନିୟମ କ୍ରିକେଟ୍‌ପ୍ରେମୀଙ୍କ ସମେତ ଅନେକ ଖେଳାଳିଙ୍କୁ ମର୍ମାହତ କରିଛି । ସୋସିଆଲ୍‌ ମିଡିଆରେ ଏହି ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପୂର୍ବତନ ଖେଳାଳିମାନେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରଫି ଭାଗ କରିବା ଉଚିତ୍‌ ଥିଲା ବୋଲି ମତବ୍ୟକ୍ତ କରିଛନ୍ତି ।

ବାଉଣ୍ଡାରୀ ରନ୍‌ ଗଣନାରୁ ବିଜେତା ଚୟନ କରାଯିବା ନିୟମ କେବଳ ‘ଲଜ୍ଜା’ ବୋଲି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲାମସନ ମ୍ୟାଚ୍‌ ପରେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଦୁଇଟି ଶ୍ରେଷ୍ଠ ଦଳ କଠିନ ପରିଶ୍ରମ ପରେ ମ୍ୟାଚ୍‌ ଟାଇ ହୋଇଥିଲା । ଫଳାଫଳ ନିର୍ଣ୍ଣୟ ଫର୍ମୁଲା ସମ୍ପୂର୍ଣ୍ଣ ମ୍ୟାଚ୍‌ର ସବୁଠୁ ଖରାପ ନିଷ୍ପତ୍ତି ଥିଲା । ଅବଶ୍ୟ ଆମକୁ ନିୟମ ଅନୁଯାୟୀ ଫଳାଫଳକୁ ଗ୍ରହଣ କରିବାକୁ ପଡ଼ିବ । ନ୍ୟୁଜିଲାଣ୍ଡ କୋଚ୍‌ ଗ୍ୟାରୀ ଷ୍ଟେଡ୍‌ ଓ ବ୍ୟାଟିଂ କୋଚ୍‌ ମଧ୍ୟ ମ୍ୟାଚ୍‌ ଫଳାଫଳରେ ଅସନ୍ତୋଷ ପ୍ରକଟ କରିଥିଲେ । ଟ୍ରଫି ଉଭୟ ଦଳ ଭାଗ କରିବା ସଠିକ୍‌ ନିଷ୍ପତ୍ତି ହୋଇଥାନ୍ତା ବୋଲି ଉଭୟ ମତ ଦେଇଥିଲେ ।

ଗୌତମ ଗମ୍ଭୀର(ଭାରତ): ବିଶ୍ୱକପ୍‌ ଫାଇନାଲ୍‌ରେ ବାଉଣ୍ଡାରୀ ଗଣନା ନିୟମ ଅନୁଯାୟୀ ଚାମ୍ପିଅନ୍‌ ଦଳ ବଛାଯିବା ହାସ୍ୟାସ୍ପଦ । ମ୍ୟାଚ୍‌ ଟାଇ ହେବା ଉଚିତ ଥିଲା । ମୋ ପାଇଁ ଉଭୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଚାମ୍ପିଅନ୍‌ । ମୁଁ ଦୁଇ ଦଳକୁ ଶୁଭେଚ୍ଛା ଜଣାଇବାକୁ ଚାହେଁ ।
ଯୁବରାଜ ସିଂହ(ଭାରତ): ମୁଁ ଉକ୍ତ ନିୟମ ସପକ୍ଷରେ ନୁହେଁ । କିନ୍ତୁ ନିୟମକୁ ମାନିବାକୁ ପଡ଼ିବ । ପ୍ରଥମ ଥର ବିଶ୍ୱ ବିଜେତା ଇଂଲଣ୍ଡକୁ ମୋର ଶୁଭେଚ୍ଛା । ନ୍ୟୁଜିଲାଣ୍ଡ ପାଇଁ ମୋ’ ଦୃଦୟ କାନ୍ଦିଥିଲା । ଫାଇନାଲ୍‌ ମ୍ୟାଚ୍‌ ରୋମାଞ୍ଚକର ଓ ନାଟକୀୟ ଥିଲା ।’
ସ୍କଟ୍‌ ଷ୍ଟାଇରିସ୍‌ (ନ୍ୟୁଜିଲାଣ୍ଡ): ଭଲ କାମ କଲ ଆଇସିସି । ଏହା ହାସ୍ୟାସ୍ପଦ । ଏହା କୌଣସି ଫ୍ରାଞ୍ଚାଇଜ କ୍ରିକେଟ୍‌ ନୁହେଁ । ଉଭୟ ଦଳ ୧୦୦ ଓଭର ପର୍ଯ୍ୟନ୍ତ ଲଢ଼େଇ କରିଥିଲେ । ଏହାଛଡ଼ା ମୁଁ କ୍ରିକେଟରେ ଡିଆର୍‌ଏସ୍‌ ନିୟମକୁ ଘୃଣା କରେ ।
ରୋହିତ ଶର୍ମା (ଭାରତ): କ୍ରିକେଟ୍‌ରେ କିଛି ନିୟମକୁ ଦୃଷ୍ଟି ଦେବାର ଆବଶ୍ୟକତା ଅଛି ।
ବ୍ରେଟ୍‌ ଲି’(ଅଷ୍ଟ୍ରେଲିଆ): ଇଂଲଣ୍ଡକୁ ଶୁଭେଚ୍ଛା, ନ୍ୟୁଜିଲାଣ୍ଡ ପାଇଁ ମୋର ସହାନୁଭୂତି । ବିଜେତା ଦଳ ଯେଉଁ ଆଧାରରେ ଚୟନ କରାଗଲା ତା’ହା ଭୟଙ୍କର । ଏହି ନିୟମ ପରିବର୍ତ୍ତନ ହେବା ଆବଶ୍ୟକ ।
ମହମ୍ମଦ କୈଫ୍‌ (ଭାରତ): ବାଉଣ୍ଡାରୀ ନିୟମକୁ ହଜମ କରିବା କଷ୍ଟକର । ଏହା ସଡନ୍‌ ଡେଥ୍‌ ସହ ସମାନ । ସୁପର ଓଭର ଜାରି ରହିବା ଉଚିତ୍‌ ଥିଲା । ବାଉଣ୍ଡାରୀ ଗଣନା ନିୟମ ଲାଗୁ ନକରି ଉଭୟ ଦଳକୁ ଚାମ୍ପିଅନ୍‌ ଘୋଷଣା କରିଥିଲେ ଠିକ୍‌ ହୋଇଥାଆନ୍ତା । ନ୍ୟୁଜିଲାଣ୍ଡ ପାଇଁ ବହୁତ କଷ୍ଟଦାୟକ ।
ଡିନ୍‌ ଜୋନ୍ସ (ଅଷ୍ଟ୍ରେଲିଆ): ପ୍ରଥମ ବିଶ୍ୱକପ୍‌ ଟାଇଟଲ ସଫଳତା ପାଇଁ ଇଂଲଣ୍ଡକୁ ଶୁଭେଚ୍ଛା । ନ୍ୟୁଜିଲାଣ୍ଡର ଦୁର୍ଭାଗ୍ୟ । କ୍ରିକେଟ୍‌ର ନିୟମ ବଦଳିବା ଉଚିତ୍‌ । ଏହା ବିଶ୍ୱକପ୍‌ ଫାଇନାଲ୍‌ । ଆଉ ଏକ ସୁପର ଓଭର ଖେଳାଯିବାର ଆବଶ୍ୟକତା ଥିଲା ।
ଆଞ୍ଜେଲୋ ମାଥ୍ୟୁସ୍‌ (ଶ୍ରୀଲଙ୍କା): ଟ୍ରଫି ଭାଗ କରାଯିବାର ଥିଲା । କ୍ରିକେଟ୍‌ ଇତିହାସରେ ସବୁଠୁ ଭଲ ମ୍ୟାଚ୍‌ ଦେଖିବାକୁ ମିଳିଲା । ଇଂଲଣ୍ଡକୁ ଶୁଭେଚ୍ଛା । କ୍ରିକେଟ୍‌କୁ ଏକ ରୋମାଞ୍ଚକର ମ୍ୟାଚ୍‌ ଦେଇଥିବା ନ୍ୟୁଜିଲାଣ୍ଡ ଦଳକୁ ମୋର ଶୁଭେଚ୍ଛା ।
ଟମ୍‌ ମୁଡ଼ି (ଅଷ୍ଟ୍ରେଲିଆ): ସୁପର ଓଭର ନିୟମ ଓ ବାଉଣ୍ଡାରୀ ଗଣନା ନିୟମକୁ ନେଇ ସମସ୍ତଙ୍କ ଦୁଃଖ ଓ କ୍ରୋଧକୁ ମୁଁ ବୁଝି ପାରୁଛି । ଏହି ନିୟମକୁ ନେଇ ମୁଁ ଦ୍ୱନ୍ଦ୍ୱରେ ରହିଛି । ଯେଉଁ ଦଳ ଦ୍ୱିତୀୟ ଇନିଂସ୍‌ରେ ବ୍ୟାଟିଂ କରିଥିବ ସେହି ଦଳ ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିବା ନିୟମ କେଉଁ ଆଧାରରେ କରାଯାଇଛି ।’

ସମ୍ବନ୍ଧିତ ଖବର