କ୍ଲାଉଡ୍ ଫଟ୍ ଆପ୍ ଖୋଲି ଅଧିକ ରିଟର୍ଣ୍ଣ ଲୋଭ ଦେଖାଇ ଜମାକାରୀଙ୍କୁ ଠକେଇ, ୫୩ ଲକ୍ଷର ଆକାଉଣ୍ଟ ଫ୍ରିଜ୍ କଲା ଇଓଡବ୍ଲ୍ୟୁ

ଭୁବନେଶ୍ଵର, ୨୪/୫ : ଜମାକାରୀଙ୍କୁ ଠକେଇ ଅଭିଯୋଗରେ ୫୩ ଲକ୍ଷର ଆକାଉଣ୍ଟ ଫ୍ରିଜ୍। ୭ଟି ଆକାଉଣ୍ଟରେ ଥିବା ୫୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଫ୍ରିଜ୍ କଲା ଇଓଡବ୍ଲ୍ୟୁ। କ୍ଲାଉଡ୍ ଫଟ୍ ଆପ୍ ଖୋଲି ଅଧିକ ରିଟର୍ଣ୍ଣ ଲୋଭ ଦେଖାଇ ଜମାକାରୀଙ୍କୁ ଠକୁଥିଲେ। ଦେଶର ୮୦ ହଜାର ଏବଂ ଓଡ଼ିଶାରେ ୨୦୦ ଜମାକାରୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏହି ଠକେଇ ମାମଲାରେ ଅଭିଯୁକ୍ତକୁ ଗିରଫ କରିଥିଲା ଇଓଡବ୍ଲ୍ୟୁ।
ସୂଚନାନୁଯାୟୀ, ବାଲେଶ୍ଵର ସହଦେବଖୁଣ୍ଟାର ମହାମାନ୍ୟ ଜେନା କ୍ଲାଉଡ୍ ଫଟ ଆପ୍ରେ ପୁଞ୍ଜି ବିନିଯୋଗ କରିଥିଲେ। ସେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୨ ଲକ୍ଷ ୧୩ ହଜାର ୩୮ ଟଙ୍କା ବିନିଯୋଗ କରିଥିଲେ। ତାଙ୍କର ୱାଲେଟ୍ରେ ଏହି ଅର୍ଥ ୫୦ ଲକ୍ଷ ୫୭ ହଜାର ୧୧୭ ଟଙ୍କା ଦେଖାଇବା ପରେ ସେ ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ହଠାତ୍ ଏହି ଆପ୍ କାମ କରିବା ବନ୍ଦ କରିଦେଇଥିଲା। ଏହାପରେ ମହାମାନ୍ୟ ନିଲେଶ କରଙ୍କ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଇଓଡବ୍ଲ୍ୟୁ ନିଲେଶକୁ ଗିରଫ କରିଥିଲା।