PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଇଓଡବ୍ଲୁୟ ରିମାଣ୍ଡରେ ଗୋଲଡେନ୍ ବାବା

ଭୁବନେଶ୍ବର,12।1(ବ୍ୟୁରୋ): ଆତ୍ମଘୋଷିତ ‘ଗୋଲଡେନ ବାବା’ ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କୁ କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁୟ) ରିମାଣ୍ଡରେ ନେଇଛି। 3 ଦିନ ରିମାଣ୍ଡ ପାଇଁ ଇଓଡବ୍ଲୁୟ ଆବେଦନ କରିଥିଲା। କୋର୍ଟ ଗୋଟିଏ ଦିନ ମଞ୍ଜୁର କରିଥିଲେ। ଇଓଡବ୍ଲୁୟ ଅଧିକାରୀମାନେ ଜ୍ୟୋତିରଞ୍ଜନଙ୍କୁ ଜେରା କରିଛନ୍ତି। ହେଲେ ଜେରା ସମୟରେ ତାଙ୍କ ଠାରୁ କିଛି ତଥ୍ୟ ମିଳିଛି କି ନାହିଁ ସେ ବିଷୟରେ ପଦେ କହିନାହାନ୍ତି ଇଓଡବ୍ଲୁୟର ଅଧିକାରୀମାନେ। ବାବା ଯୁବତୀମାନଙ୍କୁ ବଡ଼ ବଡ଼ ବ୍ୟବସାୟୀଙ୍କୁ ଯୋଗାଇ ସେମାନଙ୍କ ଠାରୁ ମୋଟା ଟଙ୍କା କମାଉଥିଲେ। ଏ ନେଇ ଅଧିକ ଖୋଳତାଡ଼ ହେବ। ରବିବାର ଦିନ ଜ୍ୟୋତିରଞ୍ଜନଙ୍କୁ କୋର୍ଟରେ ହାଜର କରାଯିବ।
ପୁଲିସ୍ ଜ୍ୟୋତିରଞ୍ଜନଙ୍କ ଘରୁ ଏକ ଡାଏରି ଜବତ କରିଥିଲା। କେଉ ନେତା କେତେ ନେଇଛନ୍ତି ତାହା ଉକ୍ତ ଡାଏରିରେ ଉଲ୍ଲେଖ ଅଛି। କିଛି ନେତା ଧମକଚମକ ଦେଇ ଟଙ୍କା ନେଇଥିବା ବେଳେ ଆଉ କିଛି ନେତାଙ୍କୁ ବାବା ଟଙ୍କା ବାଣ୍ଟିଛନ୍ତି। ଲକ୍ଷ ଲକ୍ଷ ନେଇ ନେତା ଓ ଯୁବନେତା ବିଦେଶ ଗସ୍ତ କରିଛନ୍ତି। ହେଲେ ସେ ଡାଏରିକୁ ପୁଲିସ୍ ଇଓଡବ୍ଲୁୟକୁ ଦେଇନାହିଁ। ବାବାଙ୍କ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ କିଛି ତଥ୍ୟ ଲୁଚାଉଥିବା ଚର୍ଚ୍ଚ। ହେଉଛି।
କାର୍ କାଚ ଭାଙ୍ଗି ଲୁଟିଲେ