PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

PF ବାଲାନ୍ସ ଚେକ୍ ପଡିଲା ମହଙ୍ଗା ! ଆକାଉଣ୍ଟରୁ ଚାଲିଗଲା ୧.୨୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୨୦/୧୧: ଯେତେ ବି ୱର୍କିଂ ଲୋକ ଅଛନ୍ତି ସେମାନେ ସମୟ ସମୟରେ ସେମାନଙ୍କ ପିଏଫ୍ ବାଲାନ୍ସ ଚେକ୍ କରନ୍ତି । ତେବେ ଯଦି ଆପଣ ଏସମ୍ପର୍କରେ ଜାଣିନାହାଁନ୍ତି ତେବେ ଇପିଏଫଓ କଷ୍ଟମର କେୟାର ସାହାଯ୍ୟ ନେଇପାରିବେ ଏବଂ ବାଲାନ୍ସ ଚେକ୍ କରିପାରିବେ । ସବୁଠାରୁ ସହଜ ଉପାୟରେ ଆପଣ ଇପିଏଫଓର ୱେବସାଇଟରେ ବା ଉମଙ୍ଗ ଆପ୍ ଡାଉନଲୋଡ୍ କରି ମଧ୍ୟ ଜାଣିପାରିବେ । ତେବେ ନିକଟରେ ଜଣେ ବ୍ୟକ୍ତିଙ୍କୁ ପିଏଫ୍ ବାଲାନ୍ସ ଚେକ୍ କରିବା ମହଙ୍ଗା ପଡିଛି । ତାଙ୍କ ସହିତ ଏମିତି ଘଟଣା ଘଟିଛି ଯାହା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ମୁମ୍ବାଇର ଜଣେ ୪୭ ବର୍ଷୀୟ ବ୍ୟକ୍ତି ନିଜ ପିଏଫ୍ ଆକାଉଣ୍ଟ ବାଲାନ୍ସ ଚେକ୍ କରିବା ପାଇଁ ଇପିଏଫଓ କଷ୍ଟମର କେୟାରଙ୍କ ସାହାଯ୍ୟ ନେବା ପାଇଁ ନିଷ୍ପତ୍ତି ନେଲେ କିନ୍ତୁ ତାଙ୍କ ପାଖରେ କଷ୍ଟମର କେୟାର ନମ୍ବର ନଥିଲା । ତେଣୁ ସେ ଗୁଗଲରେ ନମ୍ବର ସନ୍ଧାନ କରିବା ପାଇଁ ଯୋଜନା କଲେ କିନ୍ତୁ ଇପିଏଫଓ କଷ୍ଟମର କେୟାରର ଯେଉଁ ନମ୍ବର ମିଳିଲା ତାହା ଫେକ୍ ଥିଲା ଯାହାକି ସ୍କାମର୍ସଙ୍କ ଜରିଆରେ ଅପଲୋଡ୍ କରାଯାଇଥିଲା ।

ଅନ୍ଧେରୀର ୪୭ ବର୍ଷର ଏହି ବ୍ୟକ୍ତିଙ୍କୁ ସ୍କାମର୍ସ ରିମୋଟ ଆକ୍ସେସ୍ ଆପ୍ ଡାଉନଲୋଡ୍ କରିବାକୁ କହିଲେ, ବାସ୍ ଏଇଠି ବ୍ୟକ୍ତି ଜଣକ ଭୁଲ୍ କରିଦେଲେ । ତାଙ୍କ ଆକାଉଣ୍ଟରୁ ସମୁଦାୟ ୧୪ ଅଲଗା ଅଲଗା ଟ୍ରାଞ୍ଜାକ୍ସନରେ ୧.୨୩ ଲକ୍ଷ ଟଙ୍କା ଉଠେଇ ନେଲେ ଠକ । ବ୍ୟକ୍ତି ଜଣକ ଏକ ପ୍ରାଇଭେଟ୍ କମ୍ପାନୀର କର୍ମଚାରୀ । ଯଦି ଆପଣ ମଧ୍ୟ ନିଜ ପିଏଫ୍ ଆକାଉଣ୍ଟର ବାଲାନ୍ସ ଚେକ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ସତର୍କ ରହିବା ଉଚିତ୍ । ଆପଣ କେବଳ ଏଫିସିଆଲ୍ ୱେବସାଇଟ୍ ବା ଉମଙ୍ଗ ଆପର ସାହାଯ୍ୟ ନେବା ଉଚିତ୍ ।

ସମ୍ବନ୍ଧିତ ଖବର