ନୂଆଦିଲ୍ଲୀ,୨୦।୧୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଏମ୍ପଲଏଜ୍ ଡିପୋଜିଟ୍ ଲିଙ୍କଡ୍ ଇନସ୍ୟୁରାନ୍ସ ସ୍କିମ୍(ଇଡିଏଲଆଇ)ର ନିୟମକୁ ସହଜ କରିବାର ନିଷ୍ପତ୍ତି ନେଇଛି। ଏହା ସିଧାସଳଖ ସେହି କର୍ମଚାରୀଙ୍କ ପରିବାରକୁ ଲାଭ ଦେବ ଯେଉଁମାନଙ୍କର ଡେଥ୍ କ୍ଲେମ୍ ଚାକିରି ପରିବର୍ତ୍ତନ କରିବା ସମୟରେ ଏକ ଛୋଟ ବିରତି ନେବା ଯୋଗୁଁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଇପିଏଫ୍ଓ ପକ୍ଷରୁ ଡିସେମ୍ବର ୨୦୨୫ ରେ ଜାରି ଏକ ସର୍କୁଲାର ମାଧ୍ୟମରେ ଏହି ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିଛି। ଏହା କର୍ମଚାରୀଙ୍କ ହିତ ପାଇଁ ଏକ ଐତିହାସିକ ପଦକ୍ଷେପ ପ୍ରମାଣିତ ହୋଇପାରେ। ଆସନ୍ତୁ ଜାଣିବା ଇପିଏଫ୍ଓ ଦ୍ୱାରା କ’ଣ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।

ଏହା ପୂର୍ବରୁ ନିୟମର ଏକ ବଡ଼ ସମସ୍ୟା ଥିଲା। ଯଦି କୌଣସି କର୍ମଚାରୀ ଶୁକ୍ରବାର ପୁରୁଣା ଚାକିରୀ ଛାଡନ୍ତି ତେବେ ସୋମବାର ନୂଆ କମ୍ପାନୀ ଜଏନ୍ କରନ୍ତି, ତେବେ ଏହା ଭିତରେ ଶନିବାର ଓ ରବିବାର ସର୍ଭିସରେ ବ୍ରେକ୍ ମନେକରାଯାଏ। ଏହାକୁ ଟେକ୍ନିକାଲି ରୂପରେ ସର୍ଭିସ ବ୍ରେକର କର୍ମଚାରୀଙ୍କ ପରିବାରକୁ କ୍ଷତି ସହିବାକୁ ପଡୁଥିଲା। ଇଡିଏଲଆଇ ଭଳି ସୁବିଧା ପାଇଁ ଲଗାତାର ସର୍ଭିସରେ ଥିବା ନେଇ ଜରୁରୀ ସର୍ତ୍ତ ରଖାଯାଇଥିଲା। ତେବେ ଇପିଏଫ୍ଓ ଏବେ ନୂଆ ନିୟମରେ ଏହି ସମସ୍ୟାକୁ ଶେଷ କରି ଦେଇଛି। ଇପିଏଫ୍ଓ ସ୍ପଷ୍ଟ ଭାବରେ କହିଛି। ଚାକିରୀ ବଦଳୁଥିବା ସମୟରେ ଯଦି ସାପ୍ତାହିକ ଛୁଟି ଆସେ, ତେବେ ତାକୁ ସର୍ଭିସ ବ୍ରେକ୍ ବୋଲି କହିହେବନି।

ସାପ୍ତାହିକ ଛୁଟି ସହ ଜାତୀୟ ଛୁଟି, ରାଜ୍ର ସରକାରଙ୍କ ଦ୍ବାରା ଘୋଷିତ ଛୁଟି ମଧ୍ୟ ଏଥିରେ ରହିବ। ଯାହାର ସିଧା ଅର୍ଥ କର୍ମଚାରୀଙ୍କ ସେବା ଲଗାତାର ମନେ କରାଯିବ। ଏହା ସହ ପରିବାର ବୀମା କିମ୍ବା ପେନଶନ୍ ଭଳି ଲାଭରୁ ବଞ୍ଚିତ ହେବେନି। ଇପିଏଫ୍ଓ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ, ଇଡିଏଲଆଇ ଯୋଜନା ଅଧୀନରେ ସର୍ବନିମ୍ନ ଦେୟ ୫୦ ହଜାରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ହାରାହାରି ୫୦ ହଜାରୁରୁ କମ୍ ପିଏଫ୍ ବାଲାନ୍ସ ଥିବା କର୍ମଚାରୀମାନେ ମଧ୍ୟ ସେମାନଙ୍କ ପରିବାର ପାଇଁ ସର୍ବନିମ୍ନ ୫୦ହଜାର ବୀମା ରାଶି ପାଇବେ।