ବଢିଲା ଇପିଏଫ୍ ସୁଧ: ସୁଧହାର ୮.୫୫% ରୁ ୮.୬୫% ବଢିଲା, ଲାଭାନ୍ୱିତ ହେବେ ୬ କୋଟି ସେୟାରହୋଲ୍ଡର

source:www.zeebiz.com
ନୁଆଦିଲ୍ଲୀ ୨୧/୨: ବଢିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ ସୁଧ । ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ପ୍ରଭିଡେଣ୍ଟ ଫଣ୍ଡ(ପିଏଫ୍) ଜମା ଉପରେ ସୁଧ ହାର ୮.୬୫ ପ୍ରତିଶତ ରହିବ । ଗତ ବର୍ଷ ଏହା ୮.୫୫ ପ୍ରତିଶତ ଥିଲା । ତେବେ ସୁଧହାର ୮.୫୫ % ରୁ ୮.୬୫ % ବଢାଇଲେ ଇପିଏଫଓ । କହିରଖୁଛୁ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନର ୬ କୋଟିରୁ ଅଧିକ ସେୟାର ହୋଲ୍ଡର ଅଛନ୍ତି । ପୂର୍ବରୁ ଅନୁମାନ ଲଗାଯାଉଥିଲା ଯେ ସୁଧହାର ଗତ ବର୍ଷ ଆର୍ଥିକ ବର୍ଷ ଭଳି ରହିବ ।
ଆର୍ଥିକ ବର୍ଷ | ସୁଧ ହାର |
2012-13 | 8.50% |
2013-14 | 8.75% |
2014-15 | 8.75% |
2015-16 | 8.80% |
2016-17 | 8.65% |
2017-18 | 8.55% |
2018-19 | 8.65% |
ସେୟାରହୋଲ୍ଡରଙ୍କୁ ଗତ ଆର୍ଥିକ ବର୍ଷ (୨୦୧୭-୧୮)ରେ ପିଏଫ୍ ଜମା ଉପରେ ୮.୫୫ % ହାରରେ ସୁଧ ମିଳିଥିଲା । ଏହା ଗତ ୫ ବର୍ଷରେ ସବୁଠାରୁ କମ୍ ରହିଥିଲା ।