ନୂଆଦିଲ୍ଲୀ,୧୭/୦୧: ଆଗକୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ସଦସ୍ୟମାନେ ୟୁପିଆଇ ମାଧ୍ୟମରେ ସିଧାସଳଖ ନିଜ ଇପିଏଫ୍ଓ ଟଙ୍କାକୁ ସେମାନଙ୍କ ବ୍ୟାଙ୍କ ଖାତାକୁ ନେଇପାରିବେ । ଏକ ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି ।

ଶ୍ରମ ମନ୍ତ୍ରାଳୟ ଏକ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି, ଯାହା ମାଧ୍ୟମରେ ଇପିଏଫ୍‌ର ଏକ ନିର୍ଦ୍ଦିଷ୍ଟ ଭାଗ ଉଠାଇ ହେବ ନାହିଁ କିନ୍ତୁ ବୃହତ୍ ଭାଗକୁ ୟୁପିଆଇ ମାଧ୍ୟମରେ ବ୍ୟାଙ୍କ ଖାତାକୁ ନେବାର ବ୍ୟବସ୍ଥା ରହିବ । ବ୍ୟାଙ୍କ ଖାତାକୁ ଟ୍ରାନ୍ସଫରଯୋଗ୍ୟ ବାଲାନ୍ସକୁ ସଦସ୍ୟମାନେ ଦେଖିବାକୁ ସକ୍ଷମ ହେବେ । ଟ୍ରାଞ୍ଜାକ୍ସନ ପାଇଁ ସେମାନେ ନିଜର ଲିଙ୍କ୍‌ଙ୍କ  ୟୁପିଆଇ ପିନ୍ ବ୍ୟବହାର କରିପାରିବେ । ଏହାଦ୍ୱାରା ସେମାନଙ୍କ ବ୍ୟାଙ୍କ ଖାତାକୁ ସୁରକ୍ଷିତ ଭାବେ ଟଙ୍କା ଟ୍ରାନ୍ସଫର ହେବ । ଥରେ ଟଙ୍କା ବ୍ୟାଙ୍କ୍ ଖାତାକୁ ଟ୍ରାନ୍ସଫର ହେବା ପରେ ସଦସ୍ୟମାନେ ନିଜ ଇଚ୍ଛା ଅନୁସାରେ ଏହାକୁ ବ୍ୟବହାର କରିପାରିବେ । ଏହି ସିଷ୍ଟମ୍ର ନିର୍ବିଘ୍ନ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ପାଇଁ ଇପିଏଫ୍ଓ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ସମ୍ପ୍ରତି ଇପିଏଫ୍ଓ ସଦସ୍ୟମାନେ ନିଜ ଇପିଏଫ୍ ଟଙ୍କା ଉଠାଣ ପାଇଁ ଆବେଦନ କରୁଛନ୍ତି । ଏହି ଟଙ୍କା ଉଠାଣ ପ୍ରକ୍ରିୟା ଲାଗି ଅଧିକ ସମୟ ଲାଗିଥାଏ ।