PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଅଭିନେତା ଅଜୟ ଦେବଗନଙ୍କ ନାଁରେ ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୪/୯ : ଅଭିନେତା ଅଜୟ ଦେବଗନଙ୍କ ନାଁରେ ମାମଲା ରୁଜୁ । ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଜୟଙ୍କ ସମେତ କେତେକଙ୍କ ନାଁରେ ଦିଆଯାଇଛି ଏତଲା । ଅଜୟଙ୍କ ଫିଲ୍ମ ଥ୍ୟାଙ୍କଗଡରେ ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରାଯିବାକୁ ନେଇ ଅଖିଳ ଭାରତୀୟ କାୟସ୍ଥ ମହାସଭା ଅସନ୍ତୋଷ ପ୍ରକାଶ କରିଛି । ଏହି ସମୟରେ ଉତ୍ତରପ୍ରଦେଶର ଇଟାଓ୍ବାରେ ସିଭିଲ ଲାଇନ ପୁଲିସ ଥାନାରେ ମାମଲା ରୁଜୁ କରାଯାଇଛି ।

ଅଖିଳ ଭାରତୀୟ କାୟସ୍ଥ ମହାସଭାର ଇଟାଓ୍ବାର ଅଧ୍ୟକ୍ଷ ନରେନ୍ଦ୍ର ରାୟଜାଦା ଅନଲାଇନ ଏଫଆଇଆର ଦେଇଛନ୍ତି । ନରେନ୍ଦ୍ର ରାୟଜାଦାଙ୍କ ଅଭିଯୋଗ ଉପରେ ଅଭିନେତା ଅଜୟ ଦେବଗନ ସମେତ କେତେକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ରାୟଜାଦା କହିଛନ୍ତି କି ଫିଲ୍ମ ଥ୍ୟାଙ୍କଗଡରେ ଭଗବାନ ଚିତ୍ରଗୁପ୍ତଙ୍କୁ ବିଦୁଷକ ରୂପରେ ଚିତ୍ରଣ କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଇନ୍ଦ୍ର କୁମାର, ନିର୍ମାତା ଆନନ୍ଦ ପଣ୍ଡିତ, ଅଭିନେତା ଅଜୟ ଦେବଗନ, ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଫିଲ୍ମର ପ୍ରଦର୍ଶନ ଉପରେ ରୋକ ଲଗାଯାଇ ଚିତ୍ରଗୁପ୍ତଙ୍କୁ ଅପମାନ କରିଥିବା ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛନ୍ତି ।

ସମ୍ବନ୍ଧିତ ଖବର