PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

କୋଟିଏ ଟଙ୍କାର ବସ୍‌ଷ୍ଟାଣ୍ଡ ନିର୍ମାଣ ପରେ ମଧ୍ୟ ରାସ୍ତାରେ ଜମୁଛି ପାଣି, ଯାତ୍ରୀ ହନ୍ତସନ୍ତ

ଜୁନାଗଡ଼,୧୯/୦୨: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଆଗରୁ ଥିବା ନୂଆବସ ଷ୍ଟାଣ୍ଡକୁ ଭାଙ୍ଗି ପୁନଃ ସେହି ସ୍ଥାନରେ ବର୍ତ୍ତମାନ ନୂଆ କରି ଓଡିଶା ରାଜ୍ୟ  ସଡ଼କ ପରିବହନ ନିଗମ ଦ୍ୱାରା  ଏକ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଏହି ନୂତନ ବସଷ୍ଟାଣ୍ଡ  ଯୋଗୁ ଅନେକାଂଶରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ବସଷ୍ଟାଣ୍ଡର ଭୁଲ ଡିଜାଇନ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସଷ୍ଟାଣ୍ଡରେ  ଯାତ୍ରୀମାନେ ରହିବାକୁ ଜାଗା ନଥିବା ଏବଂବସଷ୍ଟାଣ୍ଡ ସାମ୍ନାରେ ଅଯଥାରେ ଉଚ୍ଚତା କରି  କଂକ୍ରିଟରାସ୍ତା ନୂତନ ଭାବେ ତିଆରି କରିବା ଯୋଗୁଁ ଏବେବି ରାସ୍ତାରେ ପାଣି ଜମୁଛି।

ଗତକାଲି କାଳବୈଶାଖୀ ସହ ଅଳ୍ପ ବର୍ଷା ହୋଇଥିଲା  ବେଳେ ଏହି ନୂତନ ବସଷ୍ଟାଣ୍ଡ ରେ ପାଣି ଜମୁଥିବା ଦେଖିବାକୁ ମିଳିଥିଲା। ତେବେ ବର୍ଷା ଋତୁରେ ଏହା କିଭଳି ହେବ ସେନେଇ ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ବସ ରହଣି ଓ ଲୋକେ ବସକୁ ଅପେକ୍ଷା କରିବା ପାଇଁ ତତ୍କାଳୀନ ଧର୍ମଗଡ଼ ଉପଜିଲ୍ଲାପାଳ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି. କେ ପାଣ୍ଡିଆନ ଏକ ବସଷ୍ଟାଣ୍ଡ ନିର୍ମାଣ କରିଥିଲେ । ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ଯାତ୍ରୀମାନଙ୍କ ପାଇଁ ସୁବିଧା ହେବା ସହ ଅନେକ ସରକାରୀ ଓ ବେସରକାରୀ ବସ ବସଷ୍ଟାଣ୍ଡ ଭିତରେ ରହୁଥଲା।  ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୁରୁଣା ବସଷ୍ଟାଣ୍ଡକୁ ଭାଙ୍ଗି ଦିଆଗଲା । ଅନେକ ଆସ୍ଥାୟୀ ଦୋକାନକୁ ଭାଙ୍ଗି ଦେବା ଫଳରେ ଦୋକାନୀମାନେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଅନେକ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ କୋଟିଏ ଟଙ୍କାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ହେଲେ ଭୁଲ ଡିଜାଇନରେ ନିର୍ମାଣ ହୋଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି ।

ଯାତ୍ରୀଙ୍କ ପାଇଁ ଆଗଭଳି ବସିବା ସୁବିଧା ନ ଥିବା ବେଳେ ବସ ଆଉ ବସଷ୍ଟାଣ୍ଡ ଭିତରକୁ ପ୍ରଵେଶ ପାଇଁ ସୁବିଧା କରାଯାଇନାହିଁ । ଗର୍ଭବତୀ ମହିଳା, କିମ୍ବା ବୁଢ଼ାବୁଢ଼ୀ ,ଛୋଟ ଛୁଆ ବସ ଅପେକ୍ଷା କରିବାକୁ ହେଲେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡୁଛି । କେବଳ ଜାତୀୟ ରାଜପଥ ୨୬ ଉପର ବସ ରହୁଥିବା ଯୋଗୁଁ ସବୁ ବେଳେ ସବୁ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ବର୍ତ୍ତମାନ ଏହୂ ନୂତନ ବସଷ୍ଟାଣ୍ଡ ଉପରେ ପାଣି ଜମୁଥିବା ଦଖିବାକୁ ମିଳୁଛି । ଯଦି ଗ୍ରୀଷ୍ମପ୍ରବାହ ସମୟରେ ପାଣି ଜାମୁ ଥିବା ବେଳେ ବର୍ଷା ହେଲେ ବଢି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ।

ସମ୍ବନ୍ଧିତ ଖବର