PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

କୋଭିଡ୍-୧୯ : ନେଗେଟିଭ୍‌ ଆସିବା ପରେ ବି ସରୁନି ସମସ୍ୟା , ପୁଣି ନୂଆ ରୋଗ ନେଇ ହସ୍ପିଟାଲକୁ ଯାଉଛନ୍ତି ରୋଗୀ

khabar.ndtv.com

ନୂଆଦିଲ୍ଲୀ – କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା  ଅମିତ୍‌ ଶାହଙ୍କର କୋଭିଡ୍‌ ରିପୋର୍ଟ ଗତ ସପ୍ତାହରେ ନେଗେଟିଭ୍‌ ଆସିଥିଲା , ହେଲେ ତାଙ୍କୁ ପୁଣି ସୋମବାର ରାତିରେ ହସ୍ପିଟା ଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେ ହୋମ୍ ଆଇସୋଲେଶନରେ ଥିଲେ ।

ଡାକ୍ତରମାନେ  କହିଛନ୍ତି , ଅମିତ୍ ଶାହଙ୍କୁ ୩-୪ ଦିନ ହେଲା  ମୁଖ ଯନ୍ତ୍ରଣା ଓ କ୍ଲାନ୍ତ ଅନୁଭବ ହେଉଥିଲା । ଯଦି ଡାକ୍ତରଙ୍କ ଅନୁସାରେ କୋଭିଡ୍‌  ରୋଗୀଙ୍କ ମଧ୍ୟରେ ସଂକ୍ରମଣ ଶେଷ ହେବା ପରେ  ମଧ୍ୟ କିଛି ସମସ୍ୟା ଲାଗି ରହୁଛି । ଯାହାକି ଏବେ ନଜରକୁ ଆସୁଛି ।

କୋଭିଡ୍‌ ରିପୋର୍ଟ ନେଗେଟିଭ୍ ଆସିବା ଅର୍ଥ ଏହା ନୁହେଁ ଯେ ,  ଏହାସହ ଜଡ଼ିତ ସବୁ ସମସ୍ୟା ସରିଗଲା ।  ଅଧିକାଂଶ ରୋଗୀଙ୍କ ପୋଷ୍ଟ-କୋଭିଡ୍‌  କେୟାରର ଆବଶ୍ୟକତା ପଡ଼ୁଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ବୁଧବାର ଠାରୁ  ରାଜୀବ ଗାନ୍ଧୀ ସୁପର ସ୍ପେଶିୟଲଟି ହସ୍ପିଟାଲ ପୋଷ୍ଟ-କୋଭିଡ୍‌  କ୍ଲିନିକ୍ କେୟାର ଆରମ୍ଭ କରୁଛି । ଯାହାକି ଭାଇରସ୍‌ରୁ ସୁସ୍ଥ ହୋଇସାରିଥିବା ଲୋକଙ୍କ ତଦାରଖ ରଖାଯାଇପାରିବ । ଯାହାଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି ।  

ଡାକ୍ତରଖାନାରେ ମେଡିକଲ ଡାଇରେକ୍ଟର ଡାକ୍ତର ବିଏଲ୍‌ ଶେରବଲ ଏନଡିଟିଭିକୁ କହିଛନ୍ତି । ଅଲଗା ଅଲଗା ପ୍ରକାରରରେ ଅଭିଯୋଗ ଆସୁଛି ।  କିଛି ରୋଗୀ କହୁଛନ୍ତି  କି ତାଙ୍କୁ କାଶ ଓ କ୍ଲାନ୍ତ ଲାଗୁଥିବାର ଲକ୍ଷଣ ଦେଖାଦେଉଛି । ଏହା ସହ ସାଚୁରେଚନ ସ୍ତର କମି ଯାଉଛି । ଏଥିରେ ଭିନ୍ନ ଭିନ୍ନ ବୟସର ମହିଳା, ପୁରୁଷ ଅଛନ୍ତି ।

ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କହିଛନ୍ତି କି ଏମିତି ମାମଲା ସାମନାକୁ ଆସିଛି ଯେ,  ଯେବେ କିଛି ରୋଗୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ଓ ସୁସ୍ଥ ହୋଇ ଘରକୁ ଚାଲିଯିବା ପରେ ଅକ୍ସିଜେନ୍‌ ସ୍ତର ହ୍ରାସ ପାଇବା କାରଣରୁ ତାଙ୍କର ମୃତ ହୋଇଛି । ସରକାରଙ୍କର ଯୋଜନା ଏବେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଘରେ Oxygen Concentrators ପହଞ୍ଚାଇବା ।

ପୂର୍ବତନ  କେନ୍ଦ୍ରୀୟ  ମନ୍ତ୍ରୀ  ଓ ରାଜ୍ୟସଭା ସାଂସଦ କଜେ ଅଲଫୋନ୍ସ କହିଛନ୍ତି କି ତାଙ୍କର ୯୧ ବର୍ଷିୟ ମାଆ ପୁରା ସୁସ୍ଥ ଥିଲେ , କିନ୍ତୁ ମେ ୨୮ରେ ତାଙ୍କର କୋଭିଡ୍‌ ରିପୋର୍ଟ  ପଜିଟିଭ୍‌  ଆସିଥିଲା । ସେ ଠିକ୍‌ ହୋଇଗଲେ । ତାଙ୍କର ରିପୋର୍ଟ ଦୁଇ ଥର ନେଗେଟିଭ୍‌ ଆସିଲା , ହେଲେ ୧୧ଜୁନ୍‌ରେ ତାଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ ହୋଇଗଲା ।

ସାଂସଦ କହିଛନ୍ତି କି କୋଭିଡ୍‌  ଆପଣଙ୍କ ପୁରା ଶରୀରରେ ଅଧିକ ଦିନ ଧରି ପ୍ରଭାବ ପକାଇ ଥାଏ । ଆପଣ  ସୁସ୍ଥ ପାଇପାରନ୍ତି କିନ୍ତୁ ପୁରା ସୁରକ୍ଷିତ ନୁହଁନ୍ତି ।