PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ବର୍ଷା ହେଲେ ବି ବାରବାଟୀରେ ଖେଳାଯିବ ମ୍ୟାଚ୍‌

କଟକ,୨୦/୫ : ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ପାଇଁ ଗୁରୁବାର ବିସିସିଆଇ ଶତ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଛି । ଅର୍ଥାତ୍‌ ପ୍ରାୟ ୫୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ବାରବାଟୀରେ ମ୍ୟାଚ ହୋଇପାରିବ । ତଥାପି ଶୁକ୍ରବାର ରାଜ୍ୟ ସରକାରଙ୍କ ସହ ଓସିଏ (ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌) କାର୍ଯ୍ୟକର୍ତ୍ତାଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ବାରବାଟୀରେ ଦର୍ଶକଙ୍କୁ ଅନୁମତି ମିଳିବ କି ନାହିଁ ସେ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ବାରବାଟୀରେ ବର୍ଷାରୁ ପିଚ୍‌କୁ ସୁରକ୍ଷା ଦେବା ପାଇଁ ‘ହୋଭର କଭର୍‌’ର ବ୍ୟବସ୍ଥା କରାଯାଇଛି । ଯାହା ଆସନ୍ତା ଜୁନ ୧୦ ତାରିଖ ସୁଦ୍ଧା କଟକରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

କଟକ ମ୍ୟାଚ ବେଳକୁ ଓଡ଼ିଶାରେ ମୌସୁମୀ ସକ୍ରିୟ ହୋଇସାରିଥିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛି । ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚି ସାରିଥିବ । ତେଣୁ ଜୁନ୍‌ ୧୨ରେ ହେବାକୁ ଥିବା ବାରବାଟୀ ଟି-ଟ୍ୱେଣ୍ଟିକୁ ନେଇ ଅନିଶ୍ଚିତତା ଦେଖାଦେଇପାରେ । ପ୍ରାୟ ୨ ବର୍ଷ ଅନ୍ତରରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମୁକାବିଲା ବର୍ଷାରେ ଧୋଇ ହୋଇନଯିବ ସେ ସମ୍ଭାବନାକୁ ଅଣଦେଖା କରାଯାଇନପାରେ । ତେଣୁ ଏ ଆଶଙ୍କାକୁ ନେଇ ଦର୍ଶକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି । କିନ୍ତୁ ଆୟୋଜକ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ଏ ଦିଗରେ ଦମ୍ଭୋକ୍ତି ପ୍ରକାଶ କରିଛି । ବର୍ଷା ହେଲେ ବି ମ୍ୟାଚ ହେବାରେ ବିଶେଷ କିଛି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇପାରେ । କାରଣ ଏଥର ବାରବାଟୀ ମ୍ୟାଚ ‘ସ୍ୟାଣ୍ଡ୍‌ ବେସ୍‌ ଫିଲ୍ଡ’ ବା ବାଲି ଭିତ୍ତିଭୂମି ଉପରେ ନିର୍ମିତ ପଡ଼ିଆରେ ଖେଳାଯିବ । ଗତ ଦୁଇବର୍ଷ ଭିତରେ ଷ୍ଟାଡିୟମ୍‌ ପଡିଆର ପୁନରୁଦ୍ଧାର କରାଯାଇଛି । ପୂର୍ବରୁ ମାଟି ଉପରେ ଛିଡ଼ା ହୋଇଥିବା ବାରବାଟୀ ଷ୍ଟାଡିୟମ୍‌ ପଡିଆକୁ ଖୋଳାଯାଇ ଏହାକୁ ବାଲିରେ ପୋତାଯାଇଛି । ତେଣୁ ଏଥିରେ ବର୍ଷା ହେଲେ ପାଣି ସବୁକୁ ବାଲି ଶୋଷିନେବ । ଯାହା ଫଳରେ ମ୍ୟାଚ ଘଣ୍ଟାଏ ପୂର୍ବରୁ ବି ଯଦି ବର୍ଷା ଛାଡ଼େ ତେବେ ଖେଳ ହେବା ନେଇ କୌଣସି ଅସୁବିଧା ହେବନାହିଁ ବୋଲି କୁହାଯାଇପାରେ ।

 ସେହିପରି ବର୍ଷା ଦାଉରୁ ପଡିଆ ଓ ପିଚ୍‌କୁ ସୁରକ୍ଷା ଦେବା ପାଇଁ ଓସିଏ ତରଫରୁ ‘ହୋଭର କଭର୍‌’ ମଗାଯାଇଛି । ଏହି କଭର୍‌ ସୂକ୍ଷ୍ମ ଫାଇବରର । ଏହାର ବ୍ୟବହାର ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ହୋଇଆସୁଛି । ଭାରତରେ ପୂର୍ବରୁ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ହୋଭର୍‌ କଭର୍‌ ମଗାଯାଇଥିବା ବେଳେ ଓସିଏ ମଧ୍ୟ ଏହାକୁ ଷ୍ଟାଡିୟମ୍‌କୁ ଆଣିବାକୁ ବ୍ୟବସ୍ଥା କରିଛି । ଇଂଲଣ୍ଡର ଏକ କମ୍ପାନୀ ଠାରୁ ଓସିଏ ଏହାକୁ କିଣିଛି । ମ୍ୟାଚ ଦୁଇଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୧୦ ସୁଦ୍ଧା ଏହା କଟକ ଆସି ପହଞ୍ଚିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି । ଏଥିପାଇଁ ଓସିଏ ପାଖାପାଖି ଏକ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହି ହୋଭର କଭର୍‌ ପିଚ୍‌ ସମେତ ପଡ଼ିଆକୁ ବର୍ଷା ଜଳକୁ ସୁରକ୍ଷା ଦେବ ।

ପୂର୍ବରୁ ବାରବାଟୀ ମ୍ୟାଚ ସମୟରେ ବର୍ଷା ହେଲେ ଜରି ପାଲ ଘୋଡାଇ ପିଚ୍‌କୁ ସୁରକ୍ଷା ଦିଆଯାଉଥିଲା । ଏମିତିକି ଆଉଟ୍‌ଫିଲ୍ଡ ଓଦା ହେବାରୁ ବର୍ତ୍ତି ପାରୁନଥିଲା । ଯାହାଫଳରେ ମ୍ୟାଚ ବିଳମ୍ବ ହେଉଥିଲା । ପୂର୍ବରୁ ବର୍ଷା ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ ବାତିଲ୍‌ ହେବାର ମଧ୍ୟ ନଜିର୍‌ ରହିଛି । କିନ୍ତୁ ଏଥର ଯଦି ବର୍ଷା ହୁଏ ତେବେ ମ୍ୟାଚ୍‌ ବାତିଲ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରେ ବୋଲି ଆଶା କରାଯାଉଛି ।