PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ୱାର୍କଆଉଟ୍‌ କରିବା ପୂର୍ରରୁ ଶରୀରକୁ ଷ୍ଟ୍ରେଚିଂ କରିବାକୁ ଭୁଲନ୍ତୁନି, ଏମିତି ମିିଳିଥାଏ ଫାଇଦା

ନୂଆଦିଲ୍ଲୀ ୦୩/୦୨: ୱାର୍କଆଉଟ୍‌ କରିବା ପୂର୍ରରୁ ଶରୀରକୁ ଷ୍ଟ୍ରେଚିଂ କରାଯାଇଥାଏ । କେବେ ଭାବିଛନ୍ତି ୱାର୍କଆଉଟ୍‌ କରିବା ପୂର୍ବରୁ କାହିଁକି ଷ୍ଟ୍ରେଚିଂ କରାଯାଏ? ଚାଲନ୍ତୁ ଜାଣିବା ଷ୍ଟ୍ରେଚିଂର ଫାଇଦା ।

> ବଢାଏ ରକ୍ତ ସଞ୍ଚାଳନ

ଶରୀରକୁ ଷ୍ଟ୍ରେଚ୍‌ କରିବା ଦ୍ୱାରା ରକ୍ତ ସଞ୍ଚାଳନ ବଢିଥାଏ । ନିୟମିତ ଜୀବନରେ ଷ୍ଟ୍ରେଚ୍‌କୁ ସାମିଲ୍‌ କରନ୍ତୁ । ଫଳରେ ଶରୀର ସୁସ୍ଥ ରହିବ ।

> ଚିନ୍ତାରୁ ଦୂରାଏ

କୌଣସି ଚିନ୍ତା ଥିଲେ, ଆପଣ ଶରୀରରକୁ ଷ୍ଟ୍ରେଚ୍‌ କରିବା ଦ୍ୱାରା ଏହା କମ୍‌ ହୋଇଥାଏ । ମସ୍ତିଷ୍କର ସ୍ନାୟୁଗୁଡିକୁ ଶାନ୍ତ କରିବା ପାଇଁ ଷ୍ଟ୍ରେଚିଂ ସବୁଠାରୁ ଭଲ ଉପାୟ । ତେଣୁ ଚିନ୍ତାମୁକ୍ତ ରହିବା ପାଇଁ ଶରୀରକୁ ଷ୍ଟ୍ରେଚ୍‌ କରନ୍ତୁ ।

> ସୁସ୍ଥ ମାଂସପେଶୀ

ଷ୍ଟ୍ରେଚ୍‌ କରିବା ଦ୍ୱାରା ମାଂସପେଶୀ ଭଲ ଭାବେ ଟାଣିଭିଡି ହୋଇଥାଏ, ଯାହା ଶରୀରର ଆବଶ୍ୟକତା । ବ୍ୟାୟାମ ମାଂସପେଶୀକୁ ସୁସ୍ଥ ରଖିବା ସହ ମାଂସପେଶୀର ରକ୍ତ ସଞ୍ଚାଳନକୁ ତୀବ୍ର କରାଇଥାଏ ।

> ପୋଶ୍ଚରରେ ସୁଧାର ଆଣେ

ଷ୍ଟ୍ରେଚିଂ ମାଧ୍ୟମରେ ଶରୀରର ପୋଶ୍ଚରରେ ସୁଧାର ଆସିଥାଏ । ସାରାଦିନ ବସି ରହିବା ବା ବସି କାମ କରିବା ଦ୍ୱାରା କ୍ରମଶଃ ଶରୀରର ପୋଶ୍ଚର ବଦଳି ଯାଇଥାଏ । ତେଣୁ ଷ୍ଟ୍ରେଚ୍‌ କରିବା ଦ୍ୱାରା ଶରୀରର ପୋଶ୍ଚର ପୂର୍ବାବସ୍ଥାକୁ ଫେରିଆସେ ।

> ହାଇ ଇଣ୍ଟେନ୍ସ ୱାର୍କଆଉଟ୍‌

କୌଣସି ହାଇ ଇଣ୍ଟେନ୍ସ ୱାର୍କଆଉଟ୍‌ କରିବା ପୂର୍ବରୁ ଷ୍ଟ୍ରେଚିଂ ପାଇଁ କୁହାଯାଇଥାଏ । ଏହାକୁ କରିବା ଦ୍ୱାରା ଶରୀର ୱାର୍କଆଉଟ୍‌ ପାଇଁ ପ୍ରସ୍ତୁତ ହୋଇଥାଏ । ଫଳରେ ୱାର୍କଆଉଟ୍‌ ପରେ ଶରୀରରେ କୌଣସି ଯନ୍ତ୍ରଣା ଦେଖିବାକୁ ମିଳିନଥାଏ