PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ପଞ୍ଜାବ ବାସୀଙ୍କ ପାଇଁ ପ୍ରଥମ ପ୍ରତିଶ୍ରୁତି ପୂରଣ କଲା ଆପ୍ ସରକାର, ଆଜି ଠାରୁ ପ୍ରତ୍ୟକ ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଘୋଷଣା…

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମନ କହିଛନ୍ତି ଯେ, ତାଙ୍କ ସରକାର ରାଜ୍ୟବାସୀଙ୍କୁ ଦିଆଯାଇଥିବା “ଗ୍ୟାରେଣ୍ଟି” ପୂରଣ କରୁଛନ୍ତି । ପ୍ରତ୍ୟେକ ପରିବାର ଶୁକ୍ରବାର ଠାରୁ ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇବେ । ଆପ୍ (AAP) ସରକାର ପୂର୍ବରୁ ଜୁଲାଇ ୧ ରୁ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଘୋଷଣା କରିଥିଲେ ।

ଏଥିସହ ସେ କହିଛନ୍ତି ଯେ“ପୂର୍ବ ସରକାର ନିର୍ବାଚନ ସମୟରେ ପ୍ରତିଶୃତି ଦେଉଥିଲେ । ପ୍ରତିଶ୍ରୁତି ପୂରଣ ହେବା ବେଳକୁ ପାଞ୍ଚ ବର୍ଷ ବିତିଯାଉଥିଲା । ହେଲେ ଆମ ସରକାର ପଞ୍ଜାବ ଇତିହାସରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି । ଆଜି ଆମେ ପଞ୍ଜାବୀଙ୍କୁ ଦିଆଯାଇଥିବା ଅନ୍ୟ ଏକ ଗ୍ୟାରେଣ୍ଟି ପୂରଣ କରିବାକୁ ଯାଉଛୁ । ଆଜିଠାରୁ ପଞ୍ଜାବର ପ୍ରତ୍ୟେକ ପରିବାର ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇବେ । ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟି ଦେଇଥିବା ଏକ ପ୍ରମୁଖ ପ୍ରତିଶୃତି ଗୁଡିକ ମଧ୍ୟରେ ଏହା ହେଉଛି ଗୋଟିଏ । ପ୍ରତ୍ୟେକ ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବାକୁ କୁହାଯାଇଥିଲା ।

ଆପ୍ (AAP) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା କହିଛନ୍ତି ଯେ ଲୋକଙ୍କୁ ମାଗଣା ବିଦ୍ୟୁତ ଯୋଗାଇବା ପାଇଁ ଦିଲ୍ଲୀ ପରେ ପଞ୍ଜାବ ଦ୍ୱିତୀୟ ରାଜ୍ୟ ହୋଇଛି । ସେ କହିଛନ୍ତି, “ଆଜି ଏକ ଐତିହାସିକ ଦିନ, କାରଣ ପଞ୍ଜାବ ଦିଲ୍ଲୀ ପରେ ମାଗଣା ବିଦ୍ୟୁତ ପାଇବାରେ ଦ୍ୱିତୀୟ ରାଜ୍ୟ ହୋଇପାରିଛି । ପଞ୍ଜାବୀମାନଙ୍କ ପାଇଁ ‘କେଜ୍ରିୱାଲ ଦ ପେହଲି ଗ୍ୟାରେଣ୍ଟି’ ବାସ୍ତବରେ ପରିଣତ ହୋଇଛି ।ଏନେଇ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଜୁନ୍ ୨୭ ରେ ଆପ୍ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ । ଏଥିରେ କହିଥିଲେ ଯେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା ଦ୍ୱାରା ସରକାରୀ ଖଜଣା ଉପରେ ୧୮୦୦ କୋଟି ଟଙ୍କା ଅତିରିକ୍ତ ବୋଢ ପଡ଼ିବ ।

ସମ୍ବନ୍ଧିତ ଖବର