ଏହି ଗଣେଶ ମନ୍ଦିରରେ ପ୍ରେମିଯୁଗଳଙ୍କ ମନସ୍କାମନା ହୁଏ ପୂରଣ, ରୋମିଓଙ୍କ ପାଇଁ ପ୍ରେମର ଦେବତା ହେଉଛନ୍ତି ଶ୍ରୀ ଗଣେଶ

ରାଜସ୍ଥାନ୧୩।୩: ଯୋଧପୁର ସହରର ଜୁନି ମାଣ୍ଡିରେ ଭଗବାନ ଗଣେଶଙ୍କ ଏମିତି ଏକ ମନ୍ଦିର ଅଛି ଯେଉଁଠି ପୂଜା ପର୍ବ ବ୍ୟତୀତ ପ୍ରତି ବୁଧବାର ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ପ୍ରତି ବୁଧବାର ସନ୍ଧ୍ୟାରେ ସତେ ଯେମିତି ମେଳାର ମାହୋଲ ଅନୁଭବ ହୁଏ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ବୟସ୍କଙ୍କ ଅପେକ୍ଷା ଯୁବପିଢ଼ିଙ୍କ ସଂଖ୍ୟା ଅଧିକ ରହିଥାଏ। ଏହି ମନ୍ଦିରକୁ ସ୍ଥାନୀୟ ଲୋକ ଶ୍ରୀ ଗଣେଶଙ୍କ ‘ଇସ୍କିୟା ମନ୍ଦିର’ ନାମରେ ନାମିତ କରାଯାଇଛି।

ସତରେ ମନ୍ଦିରର ନାଁ ଯେମିତି କାମ ବି ଠିକ୍ ସେମିତି। ଅର୍ଥାତ୍ ଏହି ମନ୍ଦିରରେ ଶ୍ରୀ ଗଣେଶ ହେଉଛନ୍ତି ରୋମିଓଙ୍କ ପ୍ରେମ ଦେବତା। କୁହାଯାଏ କି, ଏହି ମନ୍ଦିରରେ ଯିଏ ଯାହା ମାନସିକ କରେ ତାର ମନସ୍କାମନା ପୂରଣ ହୋଇଥାଏ। ବିଶେଷକରି ପ୍ରେମଯୁଗଳ ମାନସିକ କରିବା ପରେ ସେମାନଙ୍କ ସମ୍ପର୍କ ଯଥା ଶୀଘ୍ର ତାହା ନୂଆ ସମ୍ପର୍କରେ ପରିଣତ ହୋଇଥାଏ।

ଏହି ଗଣେଶ ମନ୍ଦିରକୁ ଯିବା ପରେ ଅଧିକାଂଶ ଯୁବପିଢ଼ି ଚାହାଁନ୍ତି ସେମାନେ ବହୁତ ଜଲଦି ବିବାହ କରନ୍ତୁ ବୋଲି। ସତରେ ତାହା ହିଁ ହୁଏ ଯାହା ମାନସିକ କରିଥାନ୍ତି। ଏହି କାରଣ ଯୋଗୁଁ ଗଣେଶ ମନ୍ଦିର ଇସ୍କିୟା ଗଣେଶ ମନ୍ଦିର ନାମରେ ପ୍ରସିଦ୍ଧ ହୋଇଛି। ଗୋଟେ ସମୟ ଥିଲା ଏହି ମନ୍ଦିରକୁ ‘ଗୁରୁ ଗଣପତି’ ନାମରେ ସମସ୍ତେ ଜାଣୁଥିଲେ।

ହୋଇପାରେ ବୈଜ୍ଞାନିକ ଯୁଗରେ ଏହି କଥା ବିଶ୍ବାସ କରିବା ସମ୍ଭବ ନୁହେଁ। ତଥାପି ଏହି ଗାଁର ଲୋକେ ଏହି କଥାକୁ ବହୁତ ସହଜରେ ବିଶ୍ବାସ କରିନେଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ପୂର୍ବେ ଏହି ଗାଁର ରହୁଥିବା ଝିଅ ପୁଅଙ୍କୁ ବହୁତ ଜଲଦି ବିବାହ କରିଦିଆଯାଉଥିଲା। ବିବାହ ପୂର୍ବରୁ ପ୍ରେମୀ ଯୁଗଳଙ୍କ ପ୍ରଥମ ଦେଖା ଏହି ମନ୍ଦିରରେ ହିଁ ହେଉଥିଲା। ସହରର ପ୍ରେମୀ ଯୁଗଳଙ୍କ ପାଇଁ ଏହି ମନ୍ଦିର କୈାଣସି ଲଭର୍ ପଏଣ୍ଟଠାରୁ କମ୍ ନୁହେଁ। ବର୍ତ୍ତମାନ ଏହି ମନ୍ଦିରରେ ଯୁବପିଢ଼ିଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗୁଛି। ବର୍ତମାନ ଏହି ମନ୍ଦିର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଗଲାଣି।