ସରକାରୀ ଜାଗାରୁ ଜବର ଦଖଲ ଉଚ୍ଛେଦ

ଜୁନାଗଡ଼ ୨୩/୫- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମର ସରୋଜ ପୁରୋହିତଙ୍କ ପୁଅ ସୁମୟ ପୁରୋହିତ ଦୀର୍ଘ ବର୍ଷ ହେଲା ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ସ୍କୁଲ ପରିସର ଜାଗାକୁ ନିଜ ଅକ୍ତିଆରରେ ଜବର ଦଖଲ କରିଥିଲେ । ପ୍ରକାଶ ଥାଉକି ୫ ଟି ମାଧ୍ୟମରେ ସ୍କୁଲର ଉନ୍ନତି କରଣ ଚାଲୁଥିବା ବେଳେ ଜାଗାର ଅଭାବ ଦେଖା ଯାଇଥିଲା । ଏପରିକି ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶ୍ରେଣୀ ଗୃହର ଅଭାବ ଦେଖାଦେଇଥିବାରୁ ଗ୍ରାମର ସୁମୟ ପୁରୋହିତ ସ୍କୁଲ ଜାଗା ଜବର ଦଖଲ କରିଥିବା ସ୍କୁଲ କର୍ତ୍ତୃପକ୍ଷ ଏବଂ ସ୍କୁଲ ଶିକ୍ଷା କମିଟି ଏବଂ ଗ୍ରାମବାସୀମାନେ ଜାଣିଥିଲେ । ପରେ ଜବର ଦଖଲ କାରୀଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ସୁଫଳ ମିଳି ନ ଥିଲା । ଫଳରେ ସ୍କୁଲ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ କରିଥିଲେ । ଗ୍ରାମବାସୀ ତଥl ସ୍କୁଲ କର୍ତ୍ତୃପକ୍ଷ ଙ୍କ କହିବାନୁଯାୟୀ ପ୍ରଶାସନ ଅନେକ ଥର ଜବର ଦଖଲ କାରୀଙ୍କୁ ବୁଝାଇଥିଲେ ମଧ୍ୟ ତାଙ୍କ କଥାକୁ ଖାତିର କଲେ ନାହିଁ । ପ୍ରଶାସନ ତରଫରୁ ଜାଗା ଖାଲି କରିବା ପାଇଁ ପ୍ରଥମେ ମାସେ ସମୟ ଦିଆଯାଇଥିଲା । ତାହା ମଧ୍ୟ କିଛି କାମ ଦେଲାନାହିଁ । ପୁଣିଥରେ ୭ ଦିନ ସମୟ ଦିଆ ଯାଇଥିଲା । ପରେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଆଜି ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣ , ମାଜିଷ୍ଟ୍ରେଟ ଦାୟିତ୍ବ ରେ ତହସିଲଦାର ଧର୍ମଗଡ଼ ହରେକୃଷ୍ଣ ବରିହା ,ତହସିଲଦାର ଜୁନାଗଡ଼ ଶୁଭଦୀପ୍ତା ମହାନ୍ତି, ବି.ଡି.ଓ ଦୁଲାରାମ ମାରାଣ୍ଡି ଜୁନାଗଡ଼ ,ଜୁନାଗଡ଼ ଓ ଚିଲିଗୁଡା ପୋଲିସର ଉପସ୍ଥିତିରେ ଜାଗା ଖାଲି କରିବା ପାଇଁ ନିର୍ଦେଶ ଦେଇଥିଲେ । ପରେ ଜେସିବି ମାଧ୍ୟମରେ ଅକ୍ତିଆର କରିଥିବା ଜାଗାକୁ ଭାଙ୍ଗିଥିଲେ । ଏହି ସମୟରେ ସ୍କୁଲ କର୍ତ୍ତୃପକ୍ଷ ତଥା ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।