PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ବିଜେଡ଼ିରେ ମିଶିଲେ ହେମାନନ୍ଦଙ୍କ ଝିଅ ସୁନିତା, ଝିଅ ପାଇଁ ବାଟ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳ

ସୁନ୍ଦରଗଡ଼ ୯।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ କଂଗ୍ରେସ ଛାଡ଼ି ବିଜେଡି ମିଶିଲେ। ବିଜେଡି ତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏଭଳି ଏକ ଖବର କେବଳ ସୁନ୍ଦରଗଡ଼ ନୁହେଁ, ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଚର୍ଚ୍ଚାକୁ ଖୋଦ୍‌ ସୁନିତା‌ ମଧ୍ୟ ଅସ୍ବୀକାର କରିନାହାନ୍ତି।

ସୁନିତା ବିଶ୍ବାଳ କହିଛନ୍ତି ‘‘ନିର୍ବାଚନ ସମୟରେ ଏମିତି ଚର୍ଚ୍ଚା ହୁଏ, ନିଷ୍ପତ୍ତି ନେଲେ ଗଣମାଧ୍ୟମକୁ ଆଗ ଜଣାଇବି, ତେବେ ଚର୍ଚ୍ଚା‌ରେ କିଛି କଥା ତ ନିଶ୍ଚୟ ରହିଛି’’ ବୋଲି କହିଥିଲେ। ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ବେଳେ ଏବେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଥିବା ସୁନିତାଙ୍କ ସମ୍ଭାବ୍ୟ ଦଳବଦଳ କଂଗ୍ରେସର ଚିନ୍ତାକୁ ବଢ଼ାଇ ଦେଇଛି। ସବୁଠାରୁ ବଡ଼କଥା ହେଲା ପ୍ରଦେଶ କଂଗ୍ରେସ କମିଟି ଉଭୟ ଲୋକସଭା ଓ ବିଧାନସଭାର ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ କମିଟିର ଅନୁମୋଦନ ପାଇଁ ପଠାଇବା ଓ ଏଥିରେ ସୁନିତାଙ୍କ ନାମ ସୁନ୍ଦରଗଡ଼ ବିଧାନସଭା ପାଇଁ ଏକ ପ୍ରକାର ଚୁଡ଼ାନ୍ତ ଥିବା ଅଚାନକ ଦଳ ଛାଡ଼ିବା ଚର୍ଚ୍ଚା କଂଗ୍ରେସକୁ ଅଡ଼ୁଆରେ ପକାଇଛି।

ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ, ସୁନିତା କଂଗ୍ରେସର ଲୋକସଭା ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ। କିନ୍ତୁ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବୀରମିତ୍ରପୁର ବିଧାୟକ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ନାମ ଲୋକସଭା ପାଇଁ ଏକ ପ୍ରକାର ଚୁଡ଼ାନ୍ତ ହୋଇଥିବା ବେଳେ ସୁନିତାଙ୍କ ନାମ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ସୁପାରିସ କରାଯାଇଥିଲା, କିନ୍ତୁ ଏଥିରେ ସୁନିତା କୁଆଡ଼େ ନାରାଜ ଥିଲେ। ଏଥିପାଇଁ ସେ ବିଜେଡିକୁ ଯିବାକୁ ମନ ବଳାଇଥିବା କୁହାଯାଉଛି।

୨୦୧୯ ନିର୍ବାଚନରେ ବିଜେପି ଜୁଏଲ ଓରାମ ଓ କଂଗ୍ରେସ ଜର୍ଜ ତିର୍କୀଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଥିବା ବେଳେ ବିଜେଡି ସୁନ୍ଦରଗଡ଼ ଭୋଟ ରାଜନୀତିକୁ କିଛି ମାତ୍ରାରେ ପ୍ରଭାବିତ କରୁଥିବା ଭୂୟାଁ ପ୍ରାର୍ଥୀ ସନ୍ଧାନରେ ଥିଲା। ଠିକ୍‌ ଏହି ସମୟରେ ଭୂୟାଁ ସମ୍ପ୍ରଦାୟର ତଳସରା ବିଧାୟକ ଡ. ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଉଥିବା ନେଇ କିଛି ଦିନ ଧରି ଚର୍ଚ୍ଚାରେ ରହିବା ପରେ ବିଜେଡିରେ ଯୋଗ ଦେବେନାହିଁ ବୋଲି ସେ ସିଧାସଳଖ କହିଥିଲେ।

ଏହା ପରେ ଶାସକ ବିଜେଡି ପ୍ରାର୍ଥୀ ଖୋଜୁଥିବା ବେଳେ କଂଗ୍ରେସ ଦଳ ଲୋକସଭା ଟିକଟରୁ ବଞ୍ଚିତ କରିଥିବା ସୁନିତାଙ୍କୁ ପ୍ରାର୍ଥୀ କରି ଏକା ସାଙ୍ଗରେ ଭୂୟାଁ ଓ ମହିଳା କାର୍ଡ ଖେଳିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି। ଯଦି ସୁନିତା ବିଜେଡିରେ ଯୋଗ ଦେଇ ସିଧାସଳଖ ଲୋକସଭା ପ୍ରାର୍ଥୀ ହୁଅନ୍ତି, ତେବେ ତାଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହେମାନନ୍ଦଙ୍କ ଭୂମିକା କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ବିଜେଡିରେ ସୁନିତାଙ୍କ ସମ୍ଭାବ୍ୟ ଯୋଗଦାନକୁ ଦଳର କର୍ମୀମାନେ କେମିତି ଗ୍ରହଣ କରିବେ ତା’ ଉପ‌ରେ ସମସ୍ତଙ୍କର ନଜର।