PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସିବିଆଇ ଜାଲରେ ଏୟାର୍‌ ଇଣ୍ଡିଆର ପୂର୍ବତନ ସିଏମ୍‌ଡି

ନୂଆଦିଲ୍ଲୀ,୨୩ା୧(ଏଜେନ୍ସି):ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କବ୍‌ଜାକୁ ଆସିଛନ୍ତି ରାଷ୍ଟ୍ରାୟତ୍ତ ବିମାନ କମ୍ପାନି ଏୟାର୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ ଅରବିନ୍ଦ ଯାଦବ । କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଥିବା ସମୟରେ ପଦୋନ୍ନତି ଏବଂ ନିଯୁକ୍ତି କ୍ଷେତ୍ରରେ ସେ ଅନେକ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଯାଦବଙ୍କ ସମେତ ଆହୁରି ଅନେକ ପୂର୍ବତନ ଅଧିକାରୀଙ୍କ ନାମରେ ବି ମାମଲା ଦାଏର୍‌ କରିଛି ସିବିଆଇ । ତାଙ୍କ ସହିତ ଏୟାର୍‌ ଇଣ୍ଡିଆର ତତ୍କାଳୀନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କାର୍ମିକ) ଏଲ୍‌. ପି. ନଖ୍‌ୱା, ପୂର୍ବତନ ଅତିରିକ୍ତ ମହାପ୍ରବନ୍ଧକ (ଅପରେସନ୍‌) ଏ. କାଠ୍‌ପଲିଆ, ଅମିତାଭ ସିଂହ ଏବଂ ରୋହିତ୍‌ ଭାସିନ୍‌ଙ୍କ ନାମରେ ମଧ୍ୟ ମାମଲା ଦାଏର୍‌ ହୋଇଛି । ଅପରାଧିକ ଷଡଯନ୍ତ୍ର ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ବ୍ୟବସ୍ଥା ଅଧୀନରେ ଏମାନଙ୍କ ନାମରେ ଏଫ୍‌ଆଇଆର୍‌ ଦାଏର୍‌ କରିଛି ସିବିଆଇ । ଯାଦବଙ୍କ ନାଁରେ ଅଭିଯୋଗ ରହିଛି ଯେ, ୨୦୧୦ରେ ସେ ଏକ କମିଟି ଗଠନ କରିଥିଲେ । ନିୟମର ଉଲ୍ଲଂଘନ କରି ସେ କେତେକ ଅଧିକାରୀଙ୍କୁ ମହାପ୍ରବନ୍ଧକ(ଅପରେସନ୍‌) ପଦକୁ ଉନ୍ନୀତ କରିବା ପାଇଁ ଏହି କମିଟି ଗଠନ କରିଥିଲେ । ଏହି ୩ ଜଣିଆ ସଦସ୍ୟବିଶିଷ୍ଟ କମିଟିରେ ଏୟାର୍‌ ଇଣ୍ଡିଆର ତତ୍କାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁସ୍ତଭ ବାଲ୍‌ଦଫ୍‌, ତତ୍କାଳୀନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅପରେସନ୍‌) ଏ. ଏସ୍‌. ସୋମନ୍‌ ଏବଂ ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କାର୍ମିକ) ଏଲ୍‌. ପି. ନଖ୍‌ୱା ରହିଥିଲେ ।

ସମ୍ବନ୍ଧିତ ଖବର