PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ଜୁଲାଇ ୫ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !
  • ||
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ହାଜତ ମୃତ୍ୟୁ ମାମଲା:ଗୁଜରାଟର ବରଖାସ୍ତ ଆଇପିଏସ୍ ଅଫିସର ସଞ୍ଜୀବ ଭଟ୍ଟଙ୍କୁ ଅଜୀବନ ଜେଲ

ନୂଆଦିଲ୍ଲୀ,୨୦।୬: ହାଜତ ମୃତ୍ୟୁ ମାମଲାରେ ଗୁଜରାଟର ଜାମନଗର କୋର୍ଟ ବରଖାସ୍ତ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟ ଓ ତାଙ୍କର ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାଙ୍କ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ୧୯୯୦​‌ରେ ଜାମନଗରରେ ଭାରତ ବନ୍ଦ ସମୟରେ  ଏହି ହିଂସାକାଣ୍ଡ ହୋଇଥିଲା। ଭଟ୍ଟ ସେ ସମୟରେ ଜାମନଗରର ଏସଏସପି ଥିଲେ। ଏହି ସମୟରେ ୧୩୩ ଜଣ ଲୋକଙ୍କୁ ପୋଲିସ ଗିରଫ କରିଥିଲା, ଯେଉଁଥିରେ ୨୫ ଜଣ ଆହତ ହୋଇଥିଲେ ଓ ୮ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବିଚାର ବିଭାଗୀୟ ହାଜତରେ ରହିବା ଅଭିଯୋଗରେ ପ୍ରଭୂଦାସ ମାଧବଜୀ ବୈଶ୍ନାନିଙ୍କ ମୃତ୍ୟୁ ହୋଇଯାଇଛି। ଭଟ୍ଟ ଓ ତାଙ୍କର ସହଯୋଗୀଙ୍କ ଉପରେ ପୋଲିସ ହାଜତରେ ମାରପିଟ୍ ଅଭିଯୋଗ ଲାଗିଥିଲା। ଏହି ମାମଲରେ ସଞ୍ଜୀବ ଭଟ୍ଟ ଓ ଅନ୍ୟ ପୋଲିସ ବିରୋଧରେ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ଗୁଜରାଟ ସରକାର ମାମଲା ଚଳାଇବାକୁ ଅନୁମତି ଦେଇନଥିଲେ। ୨୦୧୧ରେ ରାଜ୍ୟ ସରକାର ଭଟ୍ଟଙ୍କ ବିରୋଧରେ ଟ୍ରାଲ ପାଇଁ ଅନୁମତି ଦେଇଥିଲେ।

ବୁଧବାର(୧୨ ଜୁନ୍)ରେ ସୁପ୍ରିମକୋର୍ଟ ସଞ୍ଜୀବ ଭଟ୍ଟଙ୍କ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଥିଲେ। ଭଟ୍ଟ ନିଜର ଆବେଦନରେ ନିଜ ବିରୋଧରେ ହାଜତ ମୃତ୍ୟୁ ମାମଲାର ସାକ୍ଷୀ ନୂତନ ଭାବରେ ଯାଞ୍ଚ କରିବା ନେଇ ଦାବି କରିଥିଲେ। ସଞ୍ଜୀବ ଭଟ୍ଟ ଗୁଜରାଟର ବରଖାସ୍ତ ଆଇପିଏସ୍ ଅଫିସର ଅଟନ୍ତି। ଭଟ୍ଟ ଗୁଜରାଟ ହାଇକୋର୍ଟର ନିର୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ।

ସମ୍ବନ୍ଧିତ ଖବର