ନୂଆଦିଲ୍ଲୀ,୨୩/୦୨; ପଶ୍ଚିମବଙ୍ଗ ପାଇଁ ଏକ ଦୁଃଖଦ ଖବର ଆସିଛି । ବେଙ୍ଗଲ ରାଜନୀତିର ଚାଣକ୍ୟ ତଥା ଦେଶର ପୂର୍ବତନ ରେଳମନ୍ତ୍ରୀ ମୁଲୁକ ରାୟଙ୍କର ଦେହାନ୍ତ ହୋଇଛି । ରବିବାର ମଧ୍ୟ ରାତି ପ୍ରାୟ ୧ଟା ୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୋଲକାତାର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି ମୁକୁଲ ରାୟ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ମୁକୁଲଙ୍କ ବିୟୋଗ ହୋଇଥିବା ନେଇ ତାଙ୍କ ପୁଅ ଶୁଭ୍ରାଂଶୁ ରାୟ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ଥିଲେ ମୁକୁଲ । ତୃଣମୂଳ କଂଗ୍ରେସ ନେତା ମୁକୁଲ ୨୦୧୭ରେ ବିଜେପିରେ ମିଶିଥିଲେ । ୨୦୨୧ରେ ବିଜେପି ଟିକେଟରେ ଲଢି ବିଧାୟକ ହୋଇଥିଲେ । କିନ୍ତୁ ତୃଣମୂଳ କଂଗ୍ରେସକୁ ଫେରିଥିଲେ ।

ମମତାଙ୍କ ଘନିଷ୍ଠ ଥିଲେ ମୁକୁଲ- ୭୧ ବର୍ଷୀୟ ମୁକୁଳ ରାୟ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କିଛି ଦିନ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କ ନିଧନରେ ଦେଶ ପ୍ରଦେଶର ନେତା ଶୋକ ପ୍ରକାଶ କରିଛନ୍ତି । ହସ୍ପିଟାଲରେ ତାଙ୍କ ପୁଅ ଶୁଭ୍ରାଂଶୁ ରାୟ ତାଙ୍କ ପରଲୋକ ନେଇ ସୂଚନା ଦେଇଛନ୍ତି । ମୁକୁଲ ରାୟ ପଶ୍ଚିମବଙ୍ଗ ରାଜନୀତିର ଚାଣକ୍ୟ ଭାବରେ ଜଣାଶୁଣା ଥିଲେ । ଏକଦା ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିଲେ, ସେ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ସଂଗଠନକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୨୦୧୫ ପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ, ସିପିଏମ ଏବଂ କଂଗ୍ରେସ ନେତାମାନଙ୍କୁ ତୃଣମୂଳ କଂଗ୍ରେସରେ ସାମିଲ କରିଥିଲେ । ୨୦୧୭ ମସିହାରେ, ସେ ଟିଏମସି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

​​​​​​​ମୁକୁଲ ରାୟ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ବିଜେପିରେ ଯୋଗଦେବା ପୂର୍ବରୁ ସେ ମମତା ବାନାର୍ଜୀଙ୍କ ପରେ ଟିଏମସିରେ ଦ୍ୱିତୀୟ ନମ୍ବର ନେତା ଥିଲେ । ସେ ୨୦୦୬ ମସିହାରେ ରାଜ୍ୟସଭାର ସଦସ୍ୟ ହୋଇଥିଲେ ଏବଂ ୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ସଂସଦ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ୟୁପିଏ-୨ ସରକାରରେ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା । ସେ ୨୦୧୧ ରୁ ୨୦୧୨ ପର୍ଯ୍ୟନ୍ତ ଦେଶର ରେଳମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୧ ବିଧାନସଭା ନିର୍ବାଚନ ଜିତିବା ଏବଂ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପଛରେ ତାଙ୍କର ରଣନୀତି ରହିଥିଲା ।

ଏହା ବି ପଢନ୍ତୁ...ବିବାହ ଉତ୍ସବର ଦୁଃଖଦ ଅନ୍ତ; ବାହାଘର ଦିନ ଆଖି ବୁଜିଲେ ଦୁଇ ଭଉଣୀ, ବିଷ ପିଇ ହାରିଲେ ଜୀବନ​​​​​​​​​​​​​​​​​​​​​

ଠକେଇ ଲିଙ୍କ୍‌ରେ ହୋଇଥିଲେ ବହିଷ୍କୃତ-  ​​​​ମୁକୁଲ ରାୟଙ୍କ ରଣନୀତି ଯୋଗୁଁ ତୃଣମୂଳ କଂଗ୍ରେସ ୩୪ ବର୍ଷର ପୁରୁଣା ବାମ ମୋର୍ଚ୍ଚା ଶାସନର ଅନ୍ତ ଘଟାଇ ବଙ୍ଗରେ ତୃଣମୂଳ କଂଗ୍ରେସ ପତାକା ଉଡାଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ବଜାୟ ରହିଛି । ମୁକୁଲ ନଗର ଉନ୍ନୟନ ବିଭାଗ ମଧ୍ୟ ରଖିଥିଲେ, କିନ୍ତୁ ସାରଦା ଚିଟ୍ ଫଣ୍ଡ ଦୁର୍ନୀତି ଏବଂ ନାରଦ ଷ୍ଟିଙ୍ଗ୍ ଅପରେସନରେ ତାଙ୍କର ସମ୍ପୃକ୍ତି ତାଙ୍କ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥିଲା । ବିବାଦ ଯୋଗୁଁ, ତାଙ୍କୁ ୨୦୧୭ରେ ତୃଣମୂଳ କଂଗ୍ରେସରୁ ବହିଷ୍କାର କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଥିଲେ । ​​​​​​​

​​​​​​​