PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଆଖି ତଳେ କଳା ପଡ଼ୁଛି କି? ଆପଣାନ୍ତୁ ଏହି ଉପାୟ

pic- internet

ନୂଆଦିଲ୍ଲୀ: ଆଜିର ଯୁବ ପିଢ଼ି କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନରେ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି। ଫେସବୁକ, ହ୍ୱାଟ୍ସଆପ୍ ଓ ଟ୍ୱିଟରରେ ରାତି ବିତିଯାଉଛି। ଅଫିସରେ କମ୍ପ୍ୟୁଟର କିମ୍ବା ମୋବାଇଲ୍‌ ସ୍କ୍ରିନ୍ ସାମ୍ନାରେ ସବୁବେଳେ ବସିବାକୁ ପଡ଼ୁଛି। ଯାହା ଆମକୁ ବହୁତ କ୍ଷତି ପହଞ୍ଚାଉଛି। କମ୍ପ୍ୟୁଟର ସ୍କ୍ରିନ୍ ଆଗରେ ଅଧିକ ସମୟ ବିତେଇବା ଦ୍ୱାରା ଅଧିକାଂଶ ଲୋକଙ୍କର ଆଖି ତଳ କଳା ପଡ଼ୁଥିବା ଦେଖାଯାଉଛି। ଏସବୁର କାରଣ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରୁ ବାହାରୁଥିବା ନୀଳ ରଶ୍ମୀ। ଯାହା ଆଖିକୁ କ୍ଷତି ପହଞ୍ଚାଉଛି।

କାହିଁକି କଳାପଡ଼େ ଆଖିତଳ

ଆଖି ତଳେ ଅର୍ବିକ୍ୟୁଲାରିସ୍ ଓକୁଲି ନାମକ ଏକ ପ୍ରକାରର ବୃତାକାର ମାଂସପେଶୀ ରହିଥାଏ। ଆଉ ବ୍ଲୁ ଲାଇଟ୍ ଏହାକୁ କ୍ଷତି ପବଞ୍ଚାଇ ଥାଏ। ଗ୍ୟାଜଟରୁ ବାହାରୁଥିବା ଆଲୋକ ଆଖିତଳ ଚର୍ମକୁ ଶୁସ୍କ କରିଦିଏ। ସେଥିପାଇଁ ଆଖି ପୋଡ଼ିବା, ଆଖିରେ ଲାଲ୍ ସିର ପଡ଼ିବା ସହିତ ଆଖି ବ୍ଯଥା ହେବା ଭଳି ସମସ୍ୟା ଦେଖାଯାଏ। ଦୃଷ୍ଟି ଶକ୍ତିକୁ କ୍ଷତି ପହଞ୍ଚିବାର ମଧ୍ୟ ଆଶଙ୍କା ରହିଥାଏ। ଏଥିପ୍ରିତି ଶତର୍କ ରହିଲେ ଏପରି ସମସ୍ୟାକୁ ଦୂରେଇ ଦେଇ ହେବ।

ଏଥିରୁ ବର୍ତ୍ତିବା ପାଇଁ କ’ଣ କରିବେ ଆସନ୍ତୁ ଜାଣିବା

ଆଖିର ଯତ୍ନ ନେବା ସହିତ କଳା ଦାଗରୁ ମୁକ୍ତି ପାଇବା ପାଇଁ ହେଲେ ଅଣ୍ଡର ଆଇ ରୁଟିନକୁ ଫଲୋ କରିବାକୁ ପଡ଼ିବ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମଶ୍ଚରାଇଜର। ଆଖି ତଳେ ଥିବା ଚର୍ମ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଅତି ଶୀଘ୍ର ଶୁଖିଯାଏ।  ସେଥିପାଇଁ ମଶ୍ଚରାଇଜର ବ୍ୟବହାର କରିବା ନିହାତି ଜରୁରୀ।

ସେହିପରି ଭିଟାମିନ ଇ ପରିମାଣ ଅଧିକ ଥିବା ଅଣ୍ଡର ଆଇ ପ୍ରଡକ୍ଟସ ବ୍ୟବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଆଖି ତଳେ ବାଦାମ ତେଲ ମାଲିସ କରିପାରିବେ। ଯେମିତି ଆଖି ତଳେ ଅଧିକ ଚାପ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବେ। ତେବେ ଆଖି ଭଳି ସମ୍ବେଦନଶୀଳ ଅଙ୍ଗରେ କୌଣସି ଔଷଧ କିମ୍ବା ପ୍ରାସାଧାନ ସାମଗ୍ରୀ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ନିହାତ ଆବଶ୍ୟକ।