PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି କି? ହୃଦଘାତ ସହିତ ଦେଖା ଦେଇପାରେ ଏହି ସବୁ ସମସ୍ୟା

ନୂଆଦିଲ୍ଲୀ ୧୩/୦୮: ଆମେ ପିଲାଦିନରୁ ଶୁଣି ଆସିଛୁ ଯେତେ ଅଧିକ ପାଣି ପିଇବା, ସେତେ ସୁସ୍ଥ ରହିବା। କିନ୍ତୁ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଆମ ପାଇଁ କ୍ଷତିକାରକ ହୋଇପାରେ। ପାଣି ପିଇବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅଧିକ ପାଣି ପିଇବା ଦ୍ୱାରା ଓଭରହାଇଡ୍ରେସନ୍ ସମସ୍ୟା ହୋଇପାରେ। ଏଥି ସହିତ ଆହୁରି ଅନେକ ସମସ୍ୟା ମଧ୍ୟ ଦେଖାଦିଏ।

ଅଧିକ ପାଣି ପିଇବାର ସାଇଡ୍ ଇଫେକ୍ଟ୍‌ସ :

କଡ୍‌ନୀ ସମସ୍ୟା :

ଅତ୍ୟଧିକ ପାଣି ପିଇବା ଦ୍ୱାରା କିଡନୀର କ୍ଷତି ହୋଇଥାଏ। ଯେତେବେଳେ ଆମେ ଅଧିକ ପାଣି ପିଇଥାଉ, ଏହି କାରଣରୁ ଆର୍ଜିନାଇନ୍ ଭାସୋପ୍ରେସିନ୍ ର ପ୍ଲାଜ୍ମା ସ୍ତର କମିଯାଏ । ଯାହା କିଡନୀ ର କାର୍ଯ୍ୟ କ୍ଷମତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଏଥିପାଇଁ  ପାଇଁ ଅତ୍ୟଧିକ ପାଣି ପିଇବା ଠାରୁ ଦୂରେଇ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଲିଭର୍ ସମସ୍ୟା :

ଅଧିକ ପାଣି ପିଇବା ଦ୍ୱାରା ଲିଭର୍ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ସେଥିପାଇଁ ଆମେ ଅଧିକ ଜଳ ପାଇବା ଠାରୁ ଦୂରେଇ ରହିବା ଉଚିତ୍।

ହୃଦଘାତ ସମସ୍ୟା :

ଯଦି ଆପଣ ଅଧିକ ପାଣି ପିଅନ୍ତି, ତେବେ ହୃଦଘାତର ଶିକାର ହୋଇପାରନ୍ତି। ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ରକ୍ତ ପରିମାଣ ବଢିଥାଏ, ଯାହାର ପ୍ରତ୍ୟକ୍ଷ ଚାପ ହୃଦୟର ରକ୍ତ ଧମନୀ ଉପରେ ପଡେ । ଉଚ୍ଚ ଚାପ ହେତୁ ହୃଦଘାତର ସମ୍ଭାବନା ବଢିଯାଏ, ତେଣୁ ଆମେ ଅଧିକ ଜଳ ପିଇବା ଠାରୁ ଦୂରେଇ ରହିବା ଉଚିତ।