PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଶୋଇପଡି଼ଛି ଅବକାରୀ ବିଭାଗ; ଡ୍ୟାନ୍ସ ବାର୍‌ରେ ଚଢ଼ଉ ସମ୍ପର୍କରେ ଅବକାରୀ କମିଶନରଙ୍କୁ ଜଣାଇବୁ: ସିପି

ଭୁବନେଶ୍ୱର,୨୯/୦୭(ବ୍ୟୁରୋ): ସ୍ମାର୍ଟସିଟିରେ ବେଧଡ଼କ ଚାଲିଥିବା ଡ୍ୟାନ୍ସ ବାର୍‌ରେ ମାରାଥନ୍‌ ଚଢ଼ାଉକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ସେପଟେ ବାର୍‌ ମାଲିକଙ୍କୁ ନୋଟିସ୍‌ ଧରାଇଥିବା କମିଶନରେଟ୍‌ ପୁଲିସ ଏବେ ଅବକାରୀ ବିଭାଗକୁ ବେଆଇନ୍‌ ବାର୍‌ରେ ଚାଲିଥିବା ଅଶ୍ଲୀଳ ନୃତ୍ୟ ସମ୍ପର୍କରେ ରିପୋର୍ଟ ଦେବାକୁ ଅଣ୍ଟା ଭିଡି଼ଛି । ଏନେଇ ପଦକ୍ଷେପ ନେବାକୁ କମିଶନରଙ୍କୁ ଅନୁରୋଧ କରାଯିବ ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି ।

ଶୁକ୍ରବାରର ମାରାଥନ୍‌ ଚଢ଼ଉ ଉପରେ ସିପି ଶ୍ରୀ ମହାନ୍ତି କହିଛନ୍ତି, କଟକ ରୋଡରେ ଥିବା ବାର୍‌ଗୁଡି଼କରେ ଅଶ୍ଲୀଳ ଡ୍ୟାନ୍ସ ଯୋଗୁଁ ଆଖପାଖ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଥିଲା । ଏହାସହ ବାର୍‌ଗୁଡ଼ିକ ବିନା ଲାଇସେନ୍ସରେ ବେଧଡ଼କ ହାଇଭୋଲଟେଜ୍‌ ମ୍ୟୁଜିକ୍‌ ବଜାଉଥିଲେ । ଯାହାକି, ଓଡି଼ଶା ଅର୍ବାନ ପୁଲିସ ଆକ୍ଟ-୨୦୦୩କୁ ଉଂଲ୍ଲଘନ କରୁଛି । ଏଥିଯୋଗୁଁ ଏହି ବାର୍‌ଗୁଡି଼କରେ ପୁଲିସ ଚଢ଼ଉ କରିଥିଲା । ଏହି ନିୟମ ମାନିନଥିବା ବାର୍‌ ମାଲିକଙ୍କୁ ନୋଟିସ୍‌ ଧରାଯାଇଛି । ଏଥିରୁ ନିବୃତ୍ତ ରହିବାକୁ ସେମାନଙ୍କୁ ତାଗିଦ୍‌ କରାଯାଇଛି ।

ହେଲେ ଲାଇସେନ୍ସ ନ ଥାଇ ବାର୍‌ଗୁଡିକ ଡ୍ୟାନ୍ସ ଚାଲିପାରିବ କି ନାହିଁ, ଏନେଇ ସନ୍ଦେହ ଉପୁଜିଛି । ସେପଟେ ଓଡି଼ଶା ଅବକାରୀ ବିଭାଗର ଆଇନ୍‌ରେ ତାଳମେଳ ରହୁନାହିଁ । ଓଡି଼ଶା ଅବକାରୀ ଆଇନ୍‌-୨୦୦୮ ସେକ୍ସନ ୨୫(୩) କହୁଛି, ବାର୍‌ରେ ଯୁବତୀଙ୍କୁ ନିୟୋଜିତ କରାଇ ଡ୍ୟାନ୍ସ କରିବା ଆଇନ୍‌ ସଙ୍ଗତ ନୁହେଁ । ସେପଟେ ଓଡି଼ଶା ଅବକାରୀ ରୁଲ୍ସ-୨୦୧୭ ମୁତାବକ, ୨୧ ବର୍ଷରୁ ଅଧିକ ବୟସର ଥିବା ଯୁବତୀମାନେ ବାର୍‌ରେ ଡ୍ୟାନ୍ସ କରିପାରିବେ । କିନ୍ତୁ, ଏହି ରୁଲ୍ସର ୪୪(୫) ସେକ୍ସନ ଅନୁସାରେ, ନୃତ୍ୟ କରୁଥିବା ଯୁବତୀଙ୍କ ସୁରକ୍ଷାକୁ ଦୃଷ୍ଟି ଦିଆଯିବା ଦରକାର । ନୃତ୍ୟ ହେଉଥିବା ଜାଗାରେ ମଧ୍ୟ ଏକାଧିକ ଦିଗରୁ ଧ୍ୟାନ ଦେବାକୁ ଗାଇଡ୍‌ଲାଇନ୍‌ ରହିଛି ।

ଏଗୁଡିକୁ ବାର୍‌ ମାଲିକମାନେ ଫୁ କରିଦେଉଛନ୍ତି । ସର୍ଟ ଡ୍ରେସ୍‌, ଡ୍ୟାନ୍ସ ଫ୍ଲୋର୍‌ ପାଇଁ ଉଦ୍ଧିଷ୍ଟ ଦୂରତା ଭଳି ଅନେକ ଗାଇଡ୍‌ଲାଇନ୍‌କୁ ଦଳିମକଚି ଦେଉଛନ୍ତି । ବିନା ପରିଚୟପତ୍ରରେ ଅଣଓଡ଼ିଆ ଝିଅଙ୍କୁ ଆଣି ନଚାଉଛନ୍ତି । ବାର୍‌ରେ ବେଧଡ଼କ ଟଙ୍କା ଉଡ଼ା ଚାଲିଛି । ତେବେ କମିଶନରେଟ ପୁଲିସର ଚଢ଼ଉ ପରେ ଏବେ ଅବକାରୀ ବିଭାଗର କାର୍ଯ୍ୟରେ ପ୍ରଶ୍ନ ଉଠୁଛି । କାହିଁକି ନା, ଅବକାରୀ ବିଭାଗର ଯାଞ୍ଚ ପ୍ରକ୍ରିୟା ବାର୍‌ଗୁଡିକରେ କାଁ ଭାଁ ହେଉଛି । ଏକରକମର ଅବକାରୀ ବିଭାଗ ଶୋଇଯାଇଥିବା ଚର୍ଚ୍ଚା ହେଉଛି ।

ବରିଷ୍ଠ ଆଇନ୍‌ଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି, ଆଇନ୍‌ଗତ ସମସ୍ୟା ରହୁଛି । ଏହାକୁ ମାନିବାକୁ ପଡି଼ବ । ହେଲେ ବାର୍‌ଗୁଡିକ ଓଡ଼ିଶା ଅର୍ବାନ ଆକ୍ଟ-୨୦୦୩ର ଅବମାନନା କରୁଛନ୍ତି । ଏପରିକି ଅବକାରୀ ରୁଲ୍ସରେ ଥିବା ଗାଇଡ୍‌ଲାଇନ୍‌କୁ ବି ମାନୁନାହାନ୍ତି । ଏହି ଦିଗକୁ ନେଇ ଉଭୟ ପୁଲିସ ଓ ଅବକାରୀ ବିଭାଗ ବାର୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ହେଲେ ଅବକାରୀ ବିଭାଗର ଅହେତୁକ ଅନୁକମ୍ପା ବାର୍‌ ମାଲିକଙ୍କୁ ସୁହାଉଛି ।

ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ କମିଶନରେଟ ପୁଲିସ୍‌ କଟକ ରୋଡରେ ଚାଲିଥିବା ବାରଗୁଡି଼କ ଉପରେ ପଞ୍ଝା ମାରିଥିଲା । ୧୦ଟି ସ୍ପେଶାଲ ଟିମ୍‌ ୧୧ଟି ବାର୍‌ରେ ଅଚାନକ ଚଢ଼ଉ କରିଥିଲା । ପୁଲିସ ୯୬ ଜଣ ବାର୍‌ ଡ୍ୟାନ୍ସରଙ୍କୁ ଥାନାରେ ଅଟକ ରଖିଥିଲା ।