ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଅବକାରୀ ବିଭାଗର ଚଢ଼ାଉ, ଜଣେ ମହିଳାଙ୍କ ସମେତ ୩ ଗିରଫ

Published By : Anindita Ratha | August 1, 2025 10:50 AM

ଥୂଆମୂଳ ରାମପୁର,୦୧/୦୮:କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଓ ଥୁଆମୂଳ ରାମପୁର ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଦେଶୀ ଓ ବିଦେଶୀ ମଦ ଜବତ । ଏଥିରେ ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗ ସୂତ୍ର ଅନୁଯାୟୀ, ଆଜି ଅବକାରୀ ବିଭାଗ ପକ୍ଷରୁ  ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କ କାଣିଗୁମା, ଭିତରଗୁମା ଓ ଡୁଡ଼କାଗୁଡାରେ ଚଢ଼ାଉ ହୋଇଥିଲା । ଏଥିରେ କାଣିଗୁମା ଗ୍ରାମର କ୍ଷମା ନାଏକଙ୍କ ଠାରୁ ୮୫ଟି ବିଦେଶୀ ମଦ ବୋତଲ ଜବତ ହୋଇଛି। 

ସେହିଭଳି ଭିତରଗୁମା ଗ୍ରାମର ସୁଦର୍ଶନ ନାଏକଙ୍କ ଠାରୁ ୮ ଲିଟର ବେଆଇନ ହାତରନ୍ଧା ମଦ ଓ ଡୁଡ଼କାଗୁଡା ଗ୍ରାମର ରୁକ୍ମଣୀ ନାଏକଙ୍କ ଠାରୁ ୬ ଲିଟର ହାତରନ୍ଧା ମଦ ଜବତ ହୋଇଛି । ବେଆଇନ ମଦ କାରାବାର ଯୋଗୁଁ ଜଣେ ମହିଳା ଓ ଦୁଇଜଣ ମଦ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜିର ଏହି ଚଢ଼ାଉରେ ଅବକାରୀ ବିଭାଗର ସଦର ଆଇଆଇସି ହେମକାନ୍ତି ସୁନା,ଜିଲ୍ଲା ମୋବାଇଲ ଟିମ ଆଇଆଇସି ଅରୁଣ କୁମାର ଯୋଶୀ, ଏସଆଇ ବିଜୟ ଭୂଷଣ ନାଏକ, ଥୁଆମୂଳ ରାମଚନ୍ଦ୍ର ଅବକାରୀ ବିଭାଗର ଓଆଇସି ପ୍ରଶାନ୍ତ ସ୍ୱାଇଁ, ନରେନ୍ଦ୍ର ମିଞ୍ଜ, ଜୟପାଟଣା ଅବକାରୀ ବିଭାଗର ବିଶ୍ୱଜିତ ଆରୁଖ, କେସିଙ୍ଗା ଅବକାରୀ ବିଭାଗର ତିଳକ ରାମ ନାଏକ ପ୍ରମୁଖ ସାମିଲ ଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.